ଚଳନ୍ତା ବସ୍‌ରେ ନିଆଁ ଲାଗିଲା ;୨୪ ଗୁରୁତର

ଚଳନ୍ତା ବସ୍‌ରେ ନିଆଁ ଲାଗିଲା  ;୨୪ ଗୁରୁତର

ହରିୟାଣାର ନୁହରେ ଗତ ରାତିରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି।

୬୦ ଯାତ୍ରୀଙ୍କୁ ଧରି ବସ୍‌ଟି ଯାଉଥିବା ବେଳେ ନୁହର ତାବଡ ଉପମଣ୍ଡଳ ସୀମାରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା। ଗତ ରାତି ପ୍ରାୟ ଦେଢଟା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ବସ୍‌ରେ ଥିବା ଅଧିକାଂଶ ଲୋକ ଧାର୍ମିକ ସ୍ଥଳ ଦର୍ଶନ ସାରି ଫେରୁଥିଲେ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଦୁର୍ଘଟଣାରେ ମୃତକମାନେ ପଞ୍ଜାବ ଓ ଚଣ୍ଡିଗଡ଼ର ବାସିନ୍ଦା ବୋଲି ଜଣାଯାଇଛି। ସେମାନେ ବୃନ୍ଦାବନ ଓ ମଥୁରାରୁ ଦର୍ଶନ ସାରି ଫେରୁଥିଲେ।