୩୬ ଥର ଛୁରୀ ଭୁଷି ଚାଷୀଙ୍କୁ ହତ୍ୟା କରିଥିଲେ, ଦୁଇ ଅଭିଯୁକ୍ତ ଗିରଫ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩୬ ଥର ଛୁରୀ ଭୁଷି ଜଣେ ଚାଷୀଙ୍କ ହତ୍ୟା କରିଥିଲେ। ଘଟଣାର ଦୁଇ ଦିନ ପରେ ଏହି ମାମଲାରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏଥିସହ ସେମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି। ଏପରି ଏକ ସାଂଘାତିକ ଘଟଣା ମଧ୍ୟପ୍ରଦେଶର ଉଜ୍ଜୈନର ସୁମରାଖେଡି ଗାଁରେ ଘଟିଛି। ମୃତକ ହେଲା ସୁମରାଖେଡି ଗାଁ ଚାଷୀ ରାମଲାଲ। ନିଜ ବିଲରେ ସେ ଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ଏହି ଘଟଣାର ଯାଞ୍ଚ ଆରମ୍ଭ କରି ପୁଲିସ୍ ୨ ଅଭିଯୁକ୍ତ ସୁରେଶ ଓ ଦିନେଶ ମୌଙ୍ଗିଆଙ୍କୁ ପଚରାଉଚରା କରିଥିଲେ। ପ୍ରଥମେ ସେମାନେ ଏହି ମାମଲାରେ ସେମାନଙ୍କ ସମ୍ପୃକ୍ତିକୁ ଅସ୍ୱୀକାର କରିଥିବା ବେଳେ ପରେ କିନ୍ତୁ ମାନି ଯାଇଥିଲେ। ପୂର୍ବ ଶତ୍ରୁତାରୁ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲେ।