ଝାଡ଼ଖଣ୍ଡରେ ଓଡ଼ିଶା ଦିବସ
ଭୁବନେଶ୍ୱର : ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ସ୍ଥିତ ଉକôଳ ମଣି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଆ ଭାଷା ବିକାଶ ପରିଷଦର ସଭାପତି ପ୍ରଫେସର ଡକ୍ଟର ନାଗେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଶିଶୁ ସାହିତି୍ୟକ ଓ ଗବେଷକ ପ୍ରଫେସର ଡକ୍ଟର ମନୀନ୍ଦ୍ର ମହାନ୍ତି, ମୁଖ୍ୟ ବକ୍ତା ବଳରାମ ରଣସିଂହ, ସମ୍ମାନିତ ଅତିଥି ଗୌତମ ମହାରଣା, ସଂଜୟ କୁମାର ଦାଶ, ଧର୍ମେନ୍ଦ୍ର ବେହେରା, ରଞ୍ଜନ ନାୟକ ଓ ସୁଶୀଲ ନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଉକôଳ ଗୌରବ ମଧୁସୂଦନ ଦାସ, ଉକôଳ ମଣି ଗୋପବନ୍ଧୁ ଦାଶ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳିତ ଓ ମାଲ୍ୟାର୍ପଣ କରାଯାଇ ବନେ୍ଦ ଉକôଳ ଜନନୀ ଗାନ କରାଯାଇଥିଲା । ଉକôଳ ସାସ୍କୃତିକ ଶିବିର ଭଦ୍ରକ ପକ୍ଷରୁ ଓଡ଼ିଶା ଦିବସ ପୂର୍ବରୁ ଚୈନପୁର, ଦାନ୍ତି, ବେଗୁନା, ଇଟୋର, ଦେଓଗାଁ, କୁରୁଳିଆ, କୋଲଚକଡ଼ା, କୁଡୈକଳା, ବଡ଼ଡିହୀ ଓ ପୁରୁଣାଡିହୀ ଗାଁରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରକାରର ଓଡ଼ିଆ ପୁସ୍ତକ ବିତରଣ କରା ଯାଇଥିଲା । ଅବିଭାବକମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଓଡ଼ିଆ ବହି ବଣ୍ଟନ କରାଯାଇଥିଲା । ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି ପାଶ କରିଥିବା ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓଡ଼ିଆ ପୁସ୍ତକ ଦେଇ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ କୋଲଚକଡ଼ାର ଶିକ୍ଷୟିତ୍ରୀ ବୃନ୍ଦାବତୀ ପ୍ରଧାନ, ମଧ୍ୟ ବିଦ୍ୟାଳୟ ପଦମପୁରର ଶିକ୍ଷୟିତ୍ରୀ ରୀନା ଗିରି ଓ ପ୍ରାଥମିକ ବିଦ୍ୟାଳୟ ଭାଲୁପାଣିର ଶିକ୍ଷକ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀ ପଶ୍ଚିମ ସିଂହଭୂମର ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ଦାଶ, ସାଧାରଣ ସମ୍ପାଦକ ଅମ୍ବିକା ଚରଣ ଦିକ୍ଷୀତ, ପୂର୍ବତନ ସଭାପତି ସରୋଜ ପ୍ରଧାନ, ଓଡ଼ିଆ ଆସୋସିଏସନ ଦକ୍ଷିଣ ପୂର୍ବ ରେଳବାଇର ସଂପାଦକ ସନାତନ ବିନ୍ଧାଣି, ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ପ୍ରଣବ କୁମାର ମିଶ୍ର, ଉପସଭାପତି କେଦାର ନାଥ ପ୍ରଧାନ, ପ୍ରଧାନ ଶିକ୍ଷକ ସୁଶାନ୍ତ ମହାନ୍ତିଙ୍କ ସମେତ ବହୁ ଓଡ଼ିଆ ପ୍ରେମୀ ଉପସ୍ଥିତ ଥିଲେ ।