ବଢୁଛି ଦୟା ଓ ରାଜୁଆ ନଦୀ ଜଳସ୍ତର

କଣାସ: ଲଘୁଚାପ ଜନିତ ବର୍ଷା ଓ ମହାନଦୀର ବନ୍ୟାଜଳ ପୁରୀ କଣାସ ଦୟା ଓ ରାଜୁଆ ନଦୀରେ ପ୍ରବାହିତ ହେବା ପରେ ଧୀରେ ଧୀରେ ନଦୀର ଜଳସ୍ଥର ବଢ଼ିବାରେ ଲାଗିଛି। ଯାହାକୁ ନେଇ କଣାସ ଓ ଡେଲାଙ୍ଗ ବାସୀଙ୍କ ମନରେ ଏକ ପ୍ରକାର ବନ୍ୟାର ଭୟ ସୃଷ୍ଟି ହେଇଛି। ବିଶେଷ କରି କଣାସ ଅଞ୍ଚଳ ତଳିଆ ଓ ଚିଲିକା ତଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଉପର ମୁଣ୍ଡର ବନ୍ୟାଜଳ ଏହି ଦୁଇଟି ନଦୀ ଦେଇ ଚିଲିକାକୁ ପ୍ରଭାବିତ ହୋଇଥାଏ। ଯାହାକୁ ନେଇ ବର୍ତ୍ତମାନ ଦୁଇଟି ନଦୀର ଜଳ ସ୍ଥର ଏବେ ବଢିବାରେ ଲାଗିଛି । ଭୟଭୀତ କଣାସ ଓ ଡେଲାଙ୍ଗ ଅଞ୍ଚଳର ନଦୀକୂଳିଆବାସୀ । ବନ୍ୟା ଜଳ ଆସିବା ପରେ ରାଜୁଆ ଓ ଦୟା ନଦୀ କୂଳରେ ହୋଇଥିବା ଚାଷୀଙ୍କ ଫସଲ ସବୁ ନଷ୍ଟ ହୋଇ ଚାଷୀଙ୍କ ଦୁଃଖ ଦୁଇଗୁଣିତ ହୋଇଛି । ସେହିଭଳି ଡେଲାଙ୍ଗର ନୁଆହାଟଠାରେ ଦୟା ନଦୀବନ୍ଧ ଧୀରେ ଧୀରେ ତଳକୁ ଦବିବା ପରେ ସ୍ଥାନୀୟ ଲୋକେ ଭୟଭୀତରେ ଅଛନ୍ତି ।