ହିମାଚଳ ପ୍ରଦେଶରେ ବର୍ଷା: ୩ ମୃତ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି । ରାମପୁର ତହସିଲ୍ରୁ ପ୍ରାୟ ୫୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି । ସେପଟେ କୁଲ୍ଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ସାମ୍ନାକୁ ଆସିଛି। ଉତ୍ତର ଭାରତରେ ପ୍ରକୃତି ସାଧୁଛି ଦାଉ। ଏହି ପ୍ରବଳ ବର୍ଷାରେ ୩ ଜଣଙ୍କର ମୃତ୍ୟୁ ବି ଘଟିଛି।
ଅନେକ ଲୋକ ନିଖୋଜ ଥିବା ହେତୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି। ଉଦ୍ଧାର କାର୍ୟ୍ୟ ପାଇଁ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ପୁଲିସ୍, ହୋମାଗାର୍ଡ, ଦମକଳ ବାହିନୀ ଆଦି ନିୟୋଜିତ ହୋଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା, ସୁଯୋଗ ଯୋଗାଇ ଦେବା ପାଇଁ ଘୋଷଣା ହୋଇଛି।
ସେପଟେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି ।