ପ୍ରଭୁ ଗଣେଶଙ୍କର ପ୍ରିୟ ଫୁଲ କେଉଁଟି?

ପ୍ରଭୁ ଗଣେଶଙ୍କର ପ୍ରିୟ ଫୁଲ କେଉଁଟି?

ଫୁଲକୁ ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଇଥାଏ ।  ଏହି କାରଣ ପାଇଁ ଦେବଦେବୀଙ୍କ ପୂଜା ହେଉ ଅଥବା ଅନ୍ୟ ଯେକୌଣସି ଶୁଭକାର୍ଯ୍ୟରେ ଫୁଲର ଆବଶ୍ୟକତା ପଡ଼ିଥାଏ । ତେବେ ପ୍ରତି ଦେବଦେବୀଙ୍କର କିଛି ଖାସ୍ ପ୍ରିୟ ଫୁଲ ଥାଏ; ଆଉ ତାଙ୍କ ମନ ଜାଣି ଫୁଲ ଅର୍ପଣ କଲେ ଆଶୀର୍ବାଦପ୍ରାପ୍ତ ହୋଇଥାଏ । ଯେମିତିକି ପ୍ରଭୁ ଗଣେଶଙ୍କର ନାଲିରଙ୍ଗର ଫୁଲ ଖୁବ୍ ପସନ୍ଦ । ଖାସ୍କରି ନାଲି ମନ୍ଦାର ପ୍ରଭୁ ଗଣେଶଙ୍କୁ ଅର୍ପଣ କଲେ ଜୀବନରେ ଉନ୍ନତି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏହାଛଡ଼ା ଗେଣ୍ଡୁଫୁଲ, ପାରିଜାତ, ଅପରାଜିତା, ମଲ୍ଲି ତଥା ହଳଦିଆ ରଙ୍ଗର ସେବତୀ ପ୍ରଭୁ ଗଣେଶଙ୍କୁ ଅର୍ପଣ କରିପାରିବେ । ବିଶ୍ୱାସ ରହିଛି, ପ୍ରଭୁ ଗଣେଶଙ୍କୁ ହଳଦିଆ ସେବତୀ ଅର୍ପଣ କଲେ କୁଦୃଷ୍ଟିରୁ ରକ୍ଷା ମିଳିଥାଏ । ମଲ୍ଲିଫୁଲ ଅର୍ପଣ କଲେ ସୁଖଶାନ୍ତି ବୃଦ୍ଧି ପାଇଥାଏ । ଅନ୍ୟପକ୍ଷେ ଗେଣ୍ଡୁଫୁଲ ଅର୍ପଣ କଲେ ସକାରାତ୍ମକ ଭାବନା ବୃଦ୍ଧି ପାଉଥିବାବେଳେ ପାରିଜାତ ଫୁଲ ସୌଭାଗ୍ୟକୁ ଆମନ୍ତ୍ରିତ କରିଥାଏ । ସେହିପରି ଅପରାଜିତା ଫୁଲ ଅର୍ପଣ କରି ପ୍ରଭୁ ଗଣେଶଙ୍କୁ ଭକ୍ତିର ସହ ପୂଜିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି ।