ମହାରାଷ୍ଟ୍ର ପାଇଁ ବିଜେପିର ବଡ଼ ଘୋଷଣା

maharastra

ମହାରାଷ୍ଟ୍ର ପାଇଁ  ବିଜେପିର ବଡ଼ ଘୋଷଣା

ଭୁବନେଶ୍ୱର : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ବଡ଼ ଘୋଷଣା କରିଛି  । ଦଳ ସରକାରକୁ ଆସିଲେ ୫ ବର୍ଷରେ ୧ କୋଟି ନିଯୁକ୍ତି ଦେବ  । ସେହିପରି ୫ ବର୍ଷରେ ମହାରାଷ୍ଟ୍ରକୁ ମରୁଡ଼ି ମୁକ୍ତ କରିବାର ବି ଲକ୍ଷ୍ୟ ରଖିଛି  । ସେହିପରି କ୍ରୀଷ୍ଣା, କୋୟନ ନଦୀ ଜଳ ସଂରକ୍ଷିତ ରଖି ପଶ୍ଚିମ ମହାରାଷ୍ଟ୍ରରେ ଜଳସେଚନର ବିକାଶ କରାଯିବ  । ଏସଏଚଜିରେ ୧ କୋଟି ମହିଳାଙ୍କୁ ସ୍ୱତନ୍ତ୍ର ନିଯୁକ୍ତିର ସୁଯୋଗ ପ୍ରଦାନ କରାଯିବ  । ମରାଠାୱାଡ଼ା ଗ୍ରୀଡ଼ ପ୍ରୋଜେକ୍ଟରେ ୧୧ଟି ଡ୍ୟାମ ଜରିଆରେ ପାଇପ ପାଣି ଯୋଗାଇ ଦିଆଯିବ  । ଭିତ୍ତିଭୂମି ପାଇଁ ୫ ଲକ୍ଷ କୋଟି ଟଙ୍କାର ନିବେଶ ହେବ  । ପ୍ରତି ଗାଁକୁ ରାସ୍ତା ଯିବ  । ମହାରାଷ୍ଟ୍ରର ସବୁଆଡେ଼ ଭାରତ ନେଟ୍‌ ଓ ମହାନେଟ୍‌ ଜରିଆରେ ଇଣ୍ଟରନେଟ ସଂଯୋଗ ଦିଆଯିବ  ।