ଦେହ ପାଇଁ ହିତ ଗୁଡ଼, ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

Jaggery

ଦେହ ପାଇଁ ହିତ ଗୁଡ଼, ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

ଗୁଡ଼ ଏକ ପାରମ୍ପରିକ ମିଠା ଯାହା ସାଧାରଣତଃ ଭାରତ, ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ଭଳି ଦେଶରେ ଖାଇବାରେ ବ୍ୟବହାର ହୁଏ। ଏହା ଆଖୁ କିମ୍ବା ତାଳ ରସରୁ ବିଶେଷ ଭାବେ ପ୍ରସ୍ତୁତ ହୋଇଥାଏ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ। ଗୁଡ଼ରେ ଅନେକ ସ୍ୱାସ୍ଥ୍ୟକର ତତ୍ତ୍ୱ ଭରି ରହିଛି । ଗୁଡ଼ରେ କ୍ୟାଲୋରୀ,  କ୍ୟାଲସିୟମ, କାର୍ବୋହାଇଡ୍ରେଟ୍, ପୋଟାସିୟମ, ଆଇରନ, ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର। ସେହିଭଳି ଗୁଡ଼ରେ ଅଧିକ ମାତ୍ରାରେ ଶର୍କରା ଥିବାରୁ ଏହା ଶରୀରକୁ ପ୍ରଚୁର ମାତ୍ରାରେ ଶକ୍ତି ଯୋଗାଇଥାଏ।  ମଧୁମେହ ରୋଗୀ ନିଜ ଖାଦ୍ୟରେ ଗୁଡ଼କୁ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ତେବେ ଆସନ୍ତୁ ଜାଣିବା ଗୁଡ଼ ଖାଇଲେ ଶରୀରକୁ କ'ଣ ସବୁ ଲାଭ ମିଳିଥାଏ....

  • ଗୁଡ଼ ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । କୋଷ୍ଠକାଠିନ୍ୟ ଓ ପେଟ ଫୁଲିବା ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ। 
  • ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଛି ଯାହା ଶରୀରରେ ଥିବା କ୍ଷତିକାରକ ଫ୍ରି ରାଡିକାଲ୍ସ ସହ ଲଢ଼ି ହୃଦୟ ଏବଂ କର୍କଟ ରୋଗରୁ ରକ୍ଷା କରିଥାଏ। 
  • ଗୁଡ଼ ଏକ ପ୍ରାକୃତିକ ଡିଟକ୍ସିଫାୟର ଭଳି କାମ କରିଥାଏ। ଯାହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ଲିଭର ବା ଯକୃତକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ।
  •  ଗୁଡ଼ରେ ଥିବା ଆଇରନ୍ ଏବଂ ଭିଟାମିନ୍- B9 ଶରୀରର ରକ୍ତ ସଞ୍ଚାଳନକୁ ଠିକ୍ ରଖିବା ସହ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ରକ୍ଷା କରେ।
  • ଗୁଡ଼ରେ କମ୍ପେଲ୍ସ କାର୍ବୋହାଇଡ୍ରେଟ୍ ଥିବାରୁ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଯାହା ଦିନସାରା କାମ କରିବାରେ ଶରୀରକୁ ଶକ୍ତି ଯୋଗାଇଥାଏ।