ଜୁଆଣି ଫୁଲ ସ୍ୱାସ୍ଥ୍ୟ ପାଇଁ ଉପକାରୀ

ଜୁଆଣି ଫୁଲ ସେବନ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହାର ବ୍ୟବହାର ଜଡ଼ିବୁଟି ଭାବେ କରାଯାଇଥାଏ । ଏଥିରେ ଭିଟାମିନ୍-ଏ, ଭିଟାମିନ୍- ସି, ପ୍ରୋଟିନ୍, ଆଇରନ୍, କାର୍ବୋହାଇଡ୍ରେଟ୍, କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍, ପଟାସିୟମ୍, ସୋଡିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମିଳିଥାଏ, ଯାହାକି ଶରୀରର ବହୁ  ସମସ୍ୟା ଠିକ୍ କରିଥାଏ । ଏଥିସହ ଏହା ହାଡ଼କୁ ମଧ୍ୟ ମଜଭୁତ କରିଥାଏ । ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଜୁଆଣି ଫୁଲ ସେବନ ସ୍ୱାସ୍ଥ୍ୟକର । ଏଥିରେ ଥିବା ପଟାସିୟମ୍ ଓ ଆଣ୍ଟି-ଅକ୍ସିଡାଣ୍ଟ୍ ହୃତ୍ପିଣ୍ଡ ସହ ଜଡ଼ିତ ସମସ୍ୟା ଭଲ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଜୁଆଣି ଫୁଲ ବହୁତ ଲାଭକାରୀ । ଆଖିକୁ ସୁସ୍ଥ ରଖିବା ପାଇଁ ଜୁଆଣି ଫୁଲ ସେବନ ବି ଲାଭକାରୀ ହୋଇଥାଏ  । ବଦହଜମୀ ଦୂର କରିବା ପାଇଁ ରାତିରୁ ଗୋଟେ ଗ୍ଲାସ୍ ପାଣିରେ ଏହି ଫୁଲକୁ ବତୁରାଇ ରଖି ସେ ପାଣି ପିଇବା ଦ୍ୱାରା ବଦହଜମୀ ଓ ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଥାଏ ।