ଅଗରବତୀ ମେସିନ୍ ଉଦ୍ଘାଟିତ
ଭୁବନେଶ୍ୱର: ଦେଶର ଅର୍ଥନୀତି ବିକାଶରେ ଶିଳ୍ପ ହେଉଛି ମେରୁଦଣ୍ଡ । ଆଉ କ୍ଷୁଦ୍ର ଶିଳ୍ପ ହେଉଛି ତୃଣମୂଳ ସ୍ଥଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଏକ ନିରନ୍ତର ଧାରା । ତେବେ ଏହି କ୍ଷୁଦ୍ର ଶିଳ୍ପରେ ସବୁଠୁ ଅଧିକ ଚାହିଦା ରହିଛି ଅଗରବତୀ ମେକିଙ୍ଗ ମେସିନର । ଏଥିରେ ସ୍ୱଳ୍ପ ବିନିଯୋଗ କରି ଅଧିକ ଲାଭବାନ ହେଉଛନ୍ତି ଯୁବଉଦ୍ୟାଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସ୍ଥାନୀୟ ବ୍ୟବସାୟୀ । ଏବେ ଏହି ଅଗରବତୀ ତିଆରିକୁ ଆଉ ଟିକେ ସରଳ ଓ ଲାଭଦାୟକ କରିବାକୁ ଓଡ଼ିଶାରେ ପ୍ରଥମ କରି ଡବଲ ଧୂପ୍ ଷ୍ଟିକ୍ ମେକିଙ୍ଗ ମେସିନ ନେଇ ଆସିଛି ସୋମେନ ଅଗରବତୀ । ଏଣିକି କମ୍ ସମୟ ଓ କମ ଖର୍ଚ୍ଚରେ ଅଧିକ ଲାଭବାନ ହେବେ ଉଦ୍ୟୋଗୀ । ଭୁବନେଶ୍ୱର ୟୁନିଟ୍ ୯ ବୁଦ୍ଧ ମନ୍ଦିର ପରିସରରେ ଏହି ଅତ୍ୟାଧୁନିକ ମେସିନ୍ର ଶୁଭ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅଭିନେତ୍ରୀ ଅନୁ ଚୌଧୁରୀ, ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ପରିଚୟ ଫାଉଣ୍ଡେସନ ମୁଖ୍ୟ ଡ଼କ୍ଟର ରୋଜାଲିନ ପାଟଶାଣୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ସୋମେନ ଅଗରବତୀର ଏହି ଅଭିନବ ପ୍ରୟାସକୁ ସ୍ୱାଗତ କରିବା ସହ ଆମ ସଂସ୍କୃତିରେ ଅଗରବତୀର ଆବଶ୍ୟକତା ଓ ଏହାର ବ୍ୟବସାୟିକ ଅଗ୍ରଗତି ନେଇ ଆଲୋଚନା କରିଥିଲେ । ସୋମେନ ଅଗରବତୀ ପକ୍ଷରୁ ମେସିନର ଉପକାରିତା ଓ ଆବଶ୍ୟକତା ନେଇ ଡେମୋ ପ୍ରଦର୍ଶନ ହେଇଥିଲା ।