ଫାଟିପାରେ ଆପଣଙ୍କ ଫ୍ରିଜ୍ ! ରୁହନ୍ତୁ ସତର୍କ
ପ୍ରାୟ ବର୍ଷେ ତଳେ ପଞ୍ଜାବର ଜଲନ୍ଧରରେ ଫ୍ରିଜର କମ୍ପ୍ରେସର୍ ଫାଟିବା କାରଣରୁ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲିଯାଇଥିବାର ଏକ ଖବର ସାମ୍ନାକୁ ଆସିଥିଲା । ଫ୍ରିଜ୍ ଫାଟିବା ଯୋଗୁଁ ଘରେ ନିଆଁ ଲାଗିଗଲା ଏବଂ ଦମ୍ପତିଙ୍କ ସଙ୍ଗେ ଜଳିଗଲେ ୩ ଜଣ ପିଲା ଓ ଜଣେ ବୃଦ୍ଧ । ଏକ ସଙ୍ଗରେ ଜଳିଥିଲା ୬ ଟି ଜୁଇ । ଘଟଣାଟି ଏବେ ବି ଶୁଣିଲା ମାତ୍ରେ ଦେହ ଶିତେଇ ଉଠୁଛି । ତେବେ ଗରମରେ ଫ୍ରିଜର କମ୍ପ୍ରେସର୍ ଫାଟିବାର ଅନେକ ମାମଲା ସାମ୍ନାକୁ ଆସିଛି । ବିସ୍ଫୋରଣ ହେଲେ ଖାଲି ଫ୍ରିଜ୍ ଫାଟେନାହିଁ ଏହା ସହିତ ବହୁମୂଲ୍ୟ ଜୀବନଟି ମଧ୍ୟ ଚାଲିଯାଏ । ଆପଣଙ୍କୁ ଏଠାରେ କହିରଖୁଛୁ କି ଫ୍ରିଜକୁ ଯଦି ସଠିକ୍ ସ୍ଥାନରେ ନ ରଖାଯାଏ ତାହେଲେ ବିସ୍ଫୋରଣ ହେବାର ଅନେକ ସମ୍ଭାବନା ଦେଖାଯାଏ । ତେବେ ଘରର କେଉଁ ସ୍ଥାନରେ ଫ୍ରିଜକୁ ରଖିଲେ ଏଭଳି ଦୁର୍ଘଟଣାକୁ ଏଡାଇ ପାରିବେ ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟଟିକୁ ଦେଖନ୍ତୁ । ଆମେ ଆପଣଙ୍କୁ ସେହି ସ୍ଥାନ ଉପରେ କହିବାକୁ ଯାଉଛୁ ଯେଉଁଠାରେ ଫ୍ରିଜ୍ ବିସ୍ଫୋରଣ ହେବାର ଅଧିକ ସମ୍ଭାବନା ଥାଏ । ଯଦି ଆପଣ ଫ୍ରିଜର କମ୍ପ୍ରେସର୍ ସାଇଡର ଦିଗକୁ ଏଭଳି ସ୍ଥାନରେ ରଖୁଛନ୍ତି ଯେଉଁଠି କବାଟ ଥିବ କିମ୍ବା ଭେଣ୍ଟିଲେସନର କୌଣସି ବ୍ୟବସ୍ଥା ନଥିବ ତେବେ ଏହାଦ୍ୱାରା କମ୍ପ୍ରେସର ସାଧାରଣଠାରୁ ଅଧିକ ଗରମ ହୋଇଯାଏ ଏବଂ କେତେବେଳେ ଫାଟିଯିବ ତାହାର କିଛି ଠିକ୍ ଠିକଣା ନଥାଏ । ଯଦି ଆପଣ ନିଜ ଫ୍ରିଜକୁ ଏବଂ ଜୀବନକୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ ଫ୍ରିଜ୍ ରଖନ୍ତୁ ନାହିଁ । କେବେ ବି ରେଫ୍ରିଜରେଟରକୁ ଏଭଳି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠାରେ ବିଜୁଳୀ ଫ୍ଲକଚୁଏଟ୍ ହେଉଥିବ । ଯଦି ଏଭଳି ହୁଏ ଫ୍ରିଜର କମ୍ପ୍ରେସର୍ ଉପରେ ପ୍ରେସର୍ ପଡ଼େ ଏବଂ ଏହାଦ୍ୱାରା ଫ୍ରିଜରେ ବିସ୍ଫୋରଣ ହେଲା ଭଳି ମଧ୍ୟ ସମସ୍ୟା ଉପୁଜିପାରେ ।
ଅନେକ ସମୟରେ ଆଇସ୍ ଚ୍ୟାମ୍ଭରରେ ବରଫ ଜମାଇବାକୁ ଛାଡ଼ି ଦେଇଥିବେ ଏବଂ ଏହା ଆପେ ଆପେ ଅଧିକ ବରଫ ଜମାଇ ଦେଇଥିବ । ଏଭଳି ସ୍ଥିତିରେ ଆପଣଙ୍କୁ ଘଡ଼ି ଘଡ଼ିକେ ଫ୍ରିଜ୍ ଖୋଲିବା ଦରକାର ଯେଉଁଥିରେ ବରଫ ଜମିବାର ପ୍ରକ୍ରିୟା କମ୍ ହୋଇଯାଏ ଏବଂ ଫ୍ରିଜ୍ ଫାଟିବାର ଆଶଙ୍କା ବି କମ୍ ହୁଏ ।
ଫ୍ରିଜରେ ଯଦି କୌଣସି ପ୍ରକାରର ଅସୁବିଧା ଦେଖାଯାଉଛି ଖାସ୍ କରି କମ୍ପ୍ରେସର୍ ସ୍ଥାନରେ ତାହେଲେ ଉକ୍ତ କମ୍ପାନୀର ସର୍ଭିସ୍ ସେଣ୍ଟରରେ ହିଁ ଫ୍ରିଜର ମରାମତି କରନ୍ତୁ । ଏହାଦ୍ୱାରା କମ୍ପାନୀ ଅସଲି ପାର୍ଟସର ଗ୍ୟାରେଣ୍ଟି ଦେଇଥାଏ । ଯଦି ଲୋକାଲ୍ ପାର୍ଟସର ବ୍ୟବହାର କରିବେ ତାହେଲେ କମ୍ପ୍ରେସରରେ ବିସ୍ଫୋରଣ ହେଲା ଭଳି ସମସ୍ୟା ଉପୁଜିପାରେ ।
ଯଦି ଆପଣ ଅଧିକ ସମୟ ଧରି ରେଫ୍ରିଜରେଟରରେ କୌଣସି ଖାଦ୍ୟ ସାମଗ୍ରୀ ରଖୁନାହାନ୍ତି କିନ୍ତୁ ଲଗାତାର ଫ୍ରିଜ୍ ଚାଲୁ ରହୁଛି ତାହେଲେ ଫ୍ରିଜ୍ ଖୋଲିବା ପୂର୍ବରୁ କିମ୍ବା ଏଥିରେ ସାମଗ୍ରୀ ରଖିବା ପୂର୍ବରୁ ପାୱାର୍ ଅଫ୍ କରିଦିଅନ୍ତୁ । କିଛି ସମୟ ପରେ ସ୍ୱିଚ୍ ଅନ୍ କରି ଫ୍ରିଜ୍ ବ୍ୟବହାର କରନ୍ତୁ ଏହାଦ୍ୱାରା ଫ୍ରିଜ୍ ଫାଟିବାର ଭୟ ରହିବ ନାହିଁ । ରେଫ୍ରିଜରେଟର୍ ବ୍ୟବହାର କଲା ସମୟରେ ଏହାର ତାପମାନ ନିମ୍ନତ୍ତମ ସ୍ତରକୁ ଆଣନ୍ତୁ ନାହିଁ ଏହାଦ୍ୱାରା କମ୍ପ୍ରେସର ଉପରେ ପ୍ରେସର୍ ପଡ଼େ । କମ୍ପ୍ରେସର ସେତେବେଳେ ଗରମ ଅବସ୍ଥାକୁ ଚାଲିଯାଏ ଯାଦ୍ୱାରା ଫ୍ରିଜ୍ ଫାଟିବାର ସମ୍ଭାବନା ଅଧିକ ବଢିଯାଏ । ତେବେ ଏଭଳି ଛୋଟ ଛୋଟ କାମ ଉପରେ ସତର୍କତା ଅବଲମ୍ବନ କରନ୍ତୁ । ନିଜେ ସୁରକ୍ଷିତ ରହିବା ସହ ଆପଣଙ୍କ ଫ୍ରିଜକୁ ବି ଫାଟିବାରୁ ବଂଚାନ୍ତୁ ।