କ୍ରୀଡା ପ୍ରତିଭା ବିକାଶରେ ବାଧକ ‘ସିଏଚଏସ୍ଇ’


କେନ୍ଦ୍ରାପଡାରୁ ରବି ନାରାୟଣ ପତି : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ବିଭିନ୍ନ +୨ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଭାକୁ ବିକଶିତ କରିବା ପାଇଁ ଆୟୋଜିତ ହେଉଥିବା ପ୍ରତିଯୋଗିତା ପରିଚାଳନାରେ ବହୁ ତ୍ରୁଟି ବିଚୁ୍ୟତି ଦେଖିବାକୁ ମିଳୁଛି । ଫଳରେ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଏଥିରେ ଭାଗ ନେବାରୁ ବଞ୍ଚିତ ହେଉଛନ୍ତି । ପରିଷଦର କର୍ମକର୍ତ୍ତାଙ୍କ ଖାମ ଖିୟାଲି ମନୋଭାବ ଓ ମନମୁଖୀ କାର୍ଯ୍ୟ କ୍ରୀଡା ପ୍ରତିଭା ବିକାଶରେ ବାଧକ ସାଜିଛି । ଖେଳ ପରିଚାଳନା ପାଇଁ ଆସୁଥିବା ପରିଷଦ ପକ୍ଷରୁ ପଠା ଯାଉଥିବା ଚିଠି ବହୁ ବିଳମ୍ବରେ ଓ ୨-୩ ଦିନ ଆଗରୁ କଲେଜ ମାନଙ୍କୁ ପଠା ଯାଉଥିବାରୁ ଆଗ୍ରହୀ ଛାତ୍ରଛାତ୍ରୀ, ଅଭିଭାବକ ଓ କ୍ରୀଡା ଶିକ୍ଷକ ମାନେ ଉପଯୁକ୍ତ ଖେଳାଳି ଚୟନ କରି  ପ୍ରତିଯୋଗିତା ସ୍ଥାନରେ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ କଲେଜ ମାନଙ୍କୁ ଦିଆ ଯାଉଥିବା ଅନୁଦାନ ଠିକ୍ ସମୟରେ ମିଳୁ ନଥିବା ବେଳେ ତାହାର ପରିମାଣ ମଧ୍ୟ ବହୁତ କମ ମଧ୍ୟ ରହୁଛି । ଫଳରେ ଭଲ ଭାବରେ ଖେଳ ପରିଚାଳନା କରିବା ସମ୍ଭବପର ହେଉ ନାହିଁ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଜାଣିଶୁଣି ହିନ୍ଦୁ ର୍ଧାର୍ମକ ଭାବନାକୁ ଆଘାତ ଦେବାପାଇଁ ଦଶହରା, କାଳୀପୂଜା, ଦିପାବଳୀ, କାର୍ତିକ ପୂର୍ଣ୍ଣମା, ବଡଓଷା ଭଳି ପ୍ରସିଦ୍ଧ ଉସôବ ମାନଙ୍କରେ ଖେଳ ଆୟୋଜନ କରୁଥିବାରୁ ଏହାର ନକାରାତ୍ମକ ପ୍ରଭାବ ଛାତ୍ରଛାତ୍ରୀ, ଅଭିଭାବକ ଓ ଖେଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ପଡିବା ସହ ବିଦ୍ୟାର୍ଥୀ ମାନେ ଖେଳରେ ଭାଗ ନେଉ ନାହାଁନ୍ତି । ଦିପାବଳୀ ଭଳି ଉସôବରେ କଳାହାଣ୍ଡିର ଜୁନାଗଡ ଠାରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରାଯାଇଥିଲା । ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଭଳି ପର୍ବରେ ଅଡଶପୁରର ୟୁଏନ ମହା ବିଦ୍ୟାଳୟରେ ଦୌଡକୁଦ ପ୍ରତିଯୋଗିତା ପାଇଁ ଷଡଯନ୍ତ୍ର ଚାଲିଥିବା ସୂଚନା ମିଳିଛି । +୨ ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ଖେଳ ପାଇଁ ବର୍ଷକୁ ଜଣପିଛା ୫୦ ଟଙ୍କା କରି ପରିଷଦ ଆଦାୟ କରୁଥିବା ବେଳେ ପ୍ରତିଯୋଗିତା ସ୍ଥାନକୁ ଯିବା ଆସିବା ପାଇଁ କୈାଣସି ଅନୁଦାନ ଦେଉନାହିଁ । ଏହା ସହ ବର୍ତ୍ତମାନର ମହଙ୍ଗା ସମୟରେ ଖେଳ ଶିବିର ମାନଙ୍କରେ ପିଲା ପିଛା ଦିନକୁ ୨ଟି ମିଲ୍ ଓ ୨ଟି ଜଳଖିଆ ବାବଦକୁ ମାତ୍ର ୧୨୦ ଟଙ୍କା ଦିଆ ଯାଉଥିବାରୁ ଭାଗ େଇଥିବା ପିଲାମାନେ ପେଟପୁରା ଭଲ ଖାଦ୍ୟ ଖାଇବାକୁ ପାଉ ନାହାଁନ୍ତି । ଏହା ସହ କ୍ରୀଡା ଶିକ୍ଷକ ମାନେ ପିଲାଙ୍କ ସହ ଯାଉଛନ୍ତି, ସେମାନଙ୍କୁ ମଧ୍ୟ କୈାଣସି ଗସ୍ତ ଖର୍ଚ୍ଚ ପରିଷଦ ପକ୍ଷରୁ ଦିଆଯାଏ ନାହିଁ । ବିଭିନ୍ନ ରାଜ୍ୟର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ସ୍ୱତନ୍ତ୍ର କ୍ରୀଡା ଅଧିକାରୀ ନିଯୁକ୍ତ ଥିବାବେଳେ ଓଡିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ କୈାଣସି ସ୍ୱତନ୍ତ୍ର ଶିକ୍ଷା ଅଧିକାରୀ ଦୀର୍ଘଦିନ ହେଲା ନାହଁନ୍ତି । ସମସ୍ତ କ୍ରୀଡା ଆୟୋଜନ ଓ ପରିଚାଳନା କରିବାର ନୀତି ନିୟମ ପରିଷଦର କେତେଜଣ କିରାଣୀଙ୍କ ହାତରେ ଥିବାରୁ ଖେଳ ପରିଚାଳନା ରେ ବିଭ୍ରାଟ ସୃଷ୍ଟି ହେଉଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସେକ୍ରେଟେରୀ ଶୁଭ୍ରବାଳା ବେହେରା ଓ ପ୍ରଶାସନିକ ଅଧିକାରୀ ରଶ୍ମିରେଖା ଅମାନ୍ତଙ୍କ ତତ୍ୱାବଧାନ ରେ ଖେଳ ପରିଚାଳନା ହେଉଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଓ ଅସନ୍ତୋଷ ଦେଖା ଦେଇଛି । ଓଡିଶା ଭଳି ଏକ ଭରପୁର କ୍ରୀଡା ପ୍ରତିଭା ଥିବା ରାଜ୍ୟରେ ୧୯ ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ପରିଷଦ ବାଧକ ସାଜି ଥିବାରୁ କ୍ରୀଡାବିତ୍ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ସ୍ତରରେ ଖେଳକୁ ଗଲାବେଳେ ପିଲା ମାନଙ୍କୁ ନିମ୍ନ ମାନର ପୋଷାକ ଯୋଗାଇ ଦିଆ ଯାଉଥିବା ବେଳେ ଖେଳାଳୀଙ୍କ ପାଇଁ କୈାଣସି ଟ୍ରେନରେ ରିଜର୍ଭଭେଶନ କରାଯାଉ ନାହିଁ । ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଚାଲିଥିବା ଖେଳାଳୀ ମାରଣ ନୀତିକୁ ସଂଶୋଧନ କରିବା ପାଇଁ କ୍ରୀଡାବିତ୍ ମାନେ ଦାବି କରିଛନ୍ତି ।