ରାସ୍ତା ମରାମତି ଦାବିରେ ରାସ୍ତାରୋକ୍


ାା  ପ୍ରଭାନୁ୍ୟଜ ।ା ନୀଳଗିରି : ନୀଳଗିରିରୁ ବଉଳଗଡ଼ିଆ ଓ ନୀଳଗିରିରୁ ମିତ୍ରପୁର ରାସ୍ତାର ମରାମତି ଦାବିରେ ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ରାସ୍ତାରୋକ କରଯାଇଥିଲା । କମିଟି ପକ୍ଷରୁ  ସକାଳ ୬ ଘଟିକାରୁ ପଞ୍ଚଲିଙ୍ଗେଶ୍ୱର ଛକ ଠାରେ ରାସ୍ତା ରୋକ କରାଯାଇ ଦଳର ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ବିରୁଦ୍ଧରେ ତୀବ୍ର ସମାଲୋଚନା କରିଥିଲେ । ପଞ୍ଚଲିଙ୍ଗେଶ୍ୱର ଗୋଟିଏ ଉତ୍ତର ଓଡିଶା ର ପ୍ରସିଦ୍ଧ ଶୈବପୀଠ । ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ବୁଲିବା ପାଇଁ ଆସନ୍ତି । ଉକ୍ତ ରାସ୍ତା ଦେଇ ବାରିପଦାରୁ ଭୁବନେଶ୍ୱର ବହୁ ଲୋକ ଯାତାୟତ କରନ୍ତି । ବହୁ ବ୍ୟବସାୟୀ ଉକ୍ତ ରାସ୍ତାକୁ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର କରନ୍ତି । ହେଲେ ଉକ୍ତ ରାସ୍ତାର ପରିସ୍ଥିତି କହିଲେ ନ ସରେ । ତେଣୁ ରାସ୍ତାର ପୁନରୁଦ୍ଧାର ପାଇଁ ଦଳ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଉପଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ଡେପୁଟି କଲେକ୍ଟର ଇଶ୍ୱର ଚନ୍ଦ୍ର ରଣା ରାସ୍ତାରୋକ କ୍ଷେତ୍ରକୁ ଯାଇ ଉପଜିଲ୍ଲାପାଳ ପାଖକୁ ଏକ ପ୍ରତିନିଧି ମଣ୍ଡଳୀ ଯାଇ ଆଲୋଚନା କରିବାକୁ ଅନୁରୋଧ କରିଥିଲେ । ଅନୁରୋଧକୁ ରକ୍ଷା କରି ଦଳ ପକ୍ଷରୁ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ର, ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ, ଗୋବିନ୍ଦ ବାରିକ, କେଶବ ଲେଙ୍କା ଯାଇଥିଲେ । ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ପୂର୍ତ୍ତ ବିଭାଗର ଅଧିକାରୀ, ବନ ବିଭାଗ ଅଧିକାରୀ, ପୁଲିସ ଅଧିକାରୀଙ୍କ ଉପସ୍ଥିତରେ ଦାବିପତ୍ର ବିଷୟ ଉପରେ ଆଲୋଚନା କରାଯାଇଥିଲା । ପନ୍ଦର ଦିନ ମଧ୍ୟରେ ଉକ୍ତ ରାସ୍ତା ଦୁଇଟି ମରାମତି ସାରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ବାତ୍ୟାରେ କ୍ଷତି ହୋଇ ଥିବା ସମସ୍ତ ଲୋକଙ୍କୁ ତଦନ୍ତ କରାଯାଇ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ପ୍ରଶାସନ ପକ୍ଷରୁ ମିଳିବାରୁ ରାସ୍ତାରୋକ ହଟାଇ ନିଆଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କମିଟି ସଭ୍ୟ ସିତାଂଶୁ ସେନାପତି, ନିର୍ମଳ ନାୟକ, ନରୋତ୍ତମ ମହାପାତ୍ର, ମୃତୁ୍ୟଞ୍ଜୟ ନାୟକ, ଗଙ୍ଗାଧର ମହାନ୍ତି, ନାରାୟଣ ଧମୁଡ଼ିଆ, ତ୍ରିଲୋଚନ ସ, ସତ୍ୟଜିତ ଦାସ, ରାମ ଚନ୍ଦ୍ର ସିଂ, ହେମେନ୍ଦ୍ର ସେଠିଙ୍କ ସମେତ   ବହୁ ସାଥୀ ଉପସ୍ଥିତ ଥିଲେ ।