ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ କୋର୍ଟଚାଲାଣ

ପାଣିକୋଇଲି : ଜନୈକା ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ପାଣିକୋଇଲି ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଗଞ୍ଜାମ ଜିଲା କବିସୂର୍ଯ୍ୟନଗରର ସମୀର କୁମାର ପଲେଇ(୨୭) ବୋଲି ପୁଲିସ କହିଛି । ପୁଲିସ ସୂଚନା ମତେ ଗ୍ରାମ୍ୟ ଶକ୍ତି ଫାଇନାନ୍ସ ପାଣିକୋଇଲିରେ ସମୀର ସହ ଭଦ୍ରକ ଜିଲ୍ଲା କେଶପୁରର ସ୍ମୃତିରେଖା ଜେନା (୨୪) ଚାକିରି କରିଥିଲେ । ୩ବର୍ଷ କାର୍ଯ୍ୟ ମଧ୍ୟରେ ପରସ୍ପର ମଧ୍ୟରେ ସଂପର୍କ ଗଢିଉଠିଥିଲା । ହେଲେ ସେମାନଙ୍କ ମଧ୍ୟରେ ସଂପର୍କ ବେସି ଦିନ ତିଷ୍ଟି ପାରିନଥିଲା । ସମୀର-ସ୍କୃତିରେଖାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଲା । ଫଳରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହେବା ସହ ଯୁବତୀ ଜଣଙ୍କ ସମୀରର ଫୋନ ନମ୍ବରକୁ ବ୍ଲକ କରିଦେଲେ । ଏହାକୁ ନେଇ ପ୍ରତିହିଂସା ପରାୟଣ ହୋଇ ସମୀର ତାକୁ ଅମୃତିଆ ସ୍କୁଲ ପାଖରେ ମାଡ ମାରିବା ସହ ସାହାପୁରର ନିକଟରେ ଅଟକାଇ ମୋବାଇଲ ଛଡାଇ କଣ ସବୁ ହ୍ୟାଙ୍ଗ କରିଦେଲା । ଫଳରେ ଯୁବତୀ ଆଉ ସେ ମୋବାଇଲକୁ ଚଳାଇ ପାରିଲେ ନାହିଁ । କାହିଁକି ମୋ ସହ କଥା ହେଉନାହିଁ ତୋତେ ବରବାଦ କରିଦେବି ବୋଲି ଧମକ ଦେଲା । ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିଲା । ବାରମ୍ବାର ଫଟୋ ଭାଇରାଲ କରିବା ଓ ଧମକ ଦେବାରୁ ସ୍ମୃତିରେଖା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୨୩୭/୨୫ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସମୀରକୁ ଗିରଫ କରିଥିଲା ।