ଆଖୁ ଚାଷୀଙ୍କୁ ତାଲିମ ଶିବିର
ଆସିକା: ଆସିକା ସମବାୟ ଚିନିଶିଳ୍ପ ଲିଃ ଏବଂ କୃଷି ବିଭାଗ ପକ୍ଷରୁ ପଞ୍ଚାୟତର ନବରନôପୁର ଚନ୍ଦ୍ରକାଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଦିନିକିଆ ଆଖୁ ଚାଷୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ ଓ କୃଷି ବିଭାଗର ଏହି ତାଲିମ କାର୍ଯ୍ୟକ୍ରମରେ ଚିନି ଶିଳ୍ପର କେନ ମ୍ୟାନେଜର ପ୍ରଶାନ୍ତ ପାଢ଼ୀ, ଆସିକା ବ୍ଲକ କୃଷି ଅଧିକରୀ ବାସୁଦେବ ସାହୁ, ଜଗଦୀଶ ଚୌଧୁରୀ,ସିଡିଏସ ବାଇଧର ନାହାକ, ସିଡିଏ ଜଗନ୍ନାଥ ପଟନାୟକ, ସିଡିଏସ ଧ୍ରୁବ ଚରଣ ସାହୁ, ସିଡିଏ କାମେଶ୍ୱର ପ୍ରଧାନ ବାବୁ ଜହ୍ନ ପ୍ରଧାନ,ପ୍ରମୁଖ ଯୋଗ ଦେଇଥିଲେ । ନୂତନ ଜ୍ଞାନ କୌଶଳ ପଦ୍ଧତି ବିନିଯୋଗ କରି ଆଖୁଚାଷ କରିବା ପ୍ରଣାଳୀ, ମୂଳି ଆଖୁ ପରିଚାଳନା, ବିହନ ଉତ୍ପାଦନ କାର୍ଯ୍ୟକ୍ରମ, ଅଧିକ ଆଖୁ ଉତ୍ପାଦନ ପ୍ରଣାଳୀ , ସଅଳ ଆଖୁଚାଷ,ଜଳ ସେଚନର ବହୁଳ ବ୍ୟବହାର, ମୃତ୍ତିକା ପରୀକ୍ଷା, ଠିକ୍ ସମୟରେ ରୋଗ ପୋକ ନିୟତ୍ରଣ ନିମନ୍ତେ ଜୈବିକ ଓ ରାସାୟନିକର ସାରର ପ୍ରୟୋଗ, ବନ୍ୟ ଜନ୍ତୁରୁ ରକ୍ଷା ପାଇଁ କିଭଳି ପଦକ୍ଷେପ ନେବା, ବ୍ୟାଙ୍କରୁ କମ୍ ଦରରେ ଋଣ ପ୍ରଦାନ, ଉପରେ ଧାରଣା ପ୍ରଦାନ କରାଯାଇଥିଲା । ସେହିଭଳି କବିସୂର୍ଯ୍ୟନଗର ଆତ୍ମା କାର୍ଯାଳୟରେ ମଧ୍ୟ ଅନୁରୂପ ଭାବେ ଏଭଳି ଏକ ତାଲିମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା, କୃଷି ଅଧିକାରୀ ଶ୍ରାବଣୀ ମହାରଣା, ସହାୟକ କୃଷି ଅଧିକରୀ ରାଜକମଳ ମିଶ୍ର,ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ଆଖୁ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳର ପରାମର୍ଶ ପ୍ରଦାନ କରିଥିଲେ ।