ଜାମ୍ମୁକାଶ୍ମୀରରେ ହାଇଆଲର୍ଟ : ଆତଙ୍କବାଦୀ ଆକ୍ରମଣ ଆଶଙ୍କା
ନୂଆଦିଲ୍ଲୀ: ପୁଣି ଜାମ୍ମୁକାଶ୍ମୀରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଟାର୍ଗେଟରେ ରହିବେ ଯବାନ । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁକାଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି । ପଞ୍ଜାବରେ ବି ଏନେଇ ଆଲର୍ଟ ଜାରିହୋଇଛି । ଗୁଇନ୍ଦା ସୂଚନା ଅନୁଯାୟୀ, ଭାରତର ଆକ୍ରମଣରେ ପାକିସ୍ତାନର ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ମାଟିରେ ମିଶିଯାଇଛି । ଶତାଧିକ ଆତଙ୍କବାଦୀ ବି ନିପାତ ହୋଇଛନ୍ତି । ତେଣୁ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବାର କେତେକ ଆତଙ୍କବାଦୀ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବାର ଯୋଜନା କରିଛନ୍ତି । ଅପରେସନ ସିନ୍ଦୂରରେ କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାର ପରିବାରର ୧୦ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିବା ପାଇଁ ଭାରତ ପ୍ରସ୍ତୁତ ରହିଛି । ମନ୍ଦିର ଓ ନଦୀକୂଳିଆ ଭିତ୍ତିଭୂମି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।