ପୁନେରେ ଜିବିଏସ ରୋଗୀ ମୃତ

ପୁନେ: ପୁନେ ଜିଲ୍ଲାର ଖଡ଼କବାସଲାରେ ଗୁଲିୟନ ବୈରେ ସିଂଡ୍ରୋମ (ଜିବିଏସ) ପୀଡ଼ିତ ଆଉ ଜଣେ ରୋଗୀଙ୍କ ମୃତୁ୍ୟ ଘଟିଛି । ଜିବିଏସ ରେ ରାଜ୍ୟରେ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ରେ ପହଂଚିଛି । ରାଜ୍ୟରେ ଏପର୍ଯ୍ୟନ୍ତ ଜିବିଏସ ର ୨୦୩ ଜଣ ରୋଗୀ ମିଳିସାରିଛନ୍ତି । ତନ୍ମଧ୍ୟରୁ ୧୦୯ ଜଣ ଲୋକ ସମ୍ପୂର୍ଣ୍ଣ ଠିକ୍ ହେବା ପରେ ଛାଡି ଦିଆଯାଇଛି । ସୁବେ ର ବିଭିନ୍ନ ହସ୍ପିଟାଲ ରେ ୫୪ ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ଅଧିକାରୀକହିଛନ୍ତି ଯେ, ଖଡ଼କବାସଲା ଅଂଚଳର ୫୯ ବର୍ଷିୟ ବ୍ୟକ୍ତିଙ୍କ ଜିବିଏସ ରେ ମୃତୁ୍ୟ ଘଟିଛି । ସମ୍ପୃକ୍ତ ରୋଗୀଙ୍କୁ ଫେବୃଆରୀ ୧୦ ତାରିଖରେ ଚିକିତ୍ସା ନିମନ୍ତେ ନବଲେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସମ୍ପୃକ୍ତ ରୋଗୀ ବହୁତ ଦୁର୍ବଳ ଅନୁଭବ କରିଥିଲେ । ଏବଂ ସେ ଗୋଟିଏ ସ୍ଥାନରୁ ହଲି ବି ପାରୁନଥିଲେ । ଏନସିବି ପରୀକ୍ଷଣ ପରେ ପ୍ଲାଜମାଫେରେସିସ୍ ଉପଚାର କରାଯାଇଥିଲା । ଫେବୃଆରୀ ୧୧ ତାରିଖରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । କିନ୍ତୁ, ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର୍ ୩ଟା ୩୦ ମିନିଟ୍ ସମୟରେ ସମ୍ପୃକ୍ତ ରୋଗୀଙ୍କ ମୃତୁ୍ୟ ଘଟିଛି ।