ପୁଟିନ୍ଙ୍କ ଘର ଉପରକୁ ୟୁକ୍ରେନର ଆକ୍ରମଣ
ଜେଲେନସ୍କି କହିଲେ ଋଷ ମିଛ କହୁଛି
ନୂଆଦିଲ୍ଲୀ : ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନଙ୍କ ଘର ଉପରକୁ ୟୁକ୍ରେନ୍ ଆକ୍ରମଣ କରିଛି । ଋଷ ଏଭଳି ଦାବି କରିଥିବାବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏହାକୁ ମିଛ ବୋଲି କହିଛନ୍ତି । କ୍ୱିଭର ସରକାରୀ କୋଠା ଉପରକୁ ଆକ୍ରମଣ ପାଇଁ ଋଷ ଯୋଜନା କରୁଥିବାବେଳେ ଏଭଳି ବାହାନା କରିଛି ବୋଲି ସେ କହିଛନ୍ତି । ମସ୍କୋ ଓ ସେଣ୍ଟ ପିଟରସବର୍ଗ ମଝିରେ ଥିବା ପୁଟିନଙ୍କ ବାସଗୃହ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ବୋଲି ବୈଦେଶିକ ମନ୍ତ୍ରୀ ସର୍ଜି ଲାଭ୍ରୋଭ କହିଛନ୍ତି । ଡିସେମ୍ବର ୨୮-୨୯ରେ ୟୁକ୍ରେନ ୯୧ ଲଙ୍ଗ ରେଞ୍ଜ ଡ୍ରୋନରେ ଆକ୍ରମଣ କରିଥିବା ଉଦ୍ୟମ କରିଥିବାବେଳେ ଋଷିଆର ବାୟୁସେନା ଏହାକୁ ଧ୍ୱଂସ କରିଦେଇଥିଲା ।
Samir Kumar Rout