ଅଧିକାଂଶ ସର୍ଭେ କଂଗ୍ରେସ ସପକ୍ଷରେ, ଜାଣନ୍ତୁ ହରିୟାଣାର ହାଲଚାଲ୍‌

haryana exit poll

ଅଧିକାଂଶ ସର୍ଭେ କଂଗ୍ରେସ ସପକ୍ଷରେ, ଜାଣନ୍ତୁ ହରିୟାଣାର ହାଲଚାଲ୍‌

ଭୁବନେଶ୍ୱର : ମାଟ୍ରିଜ୍‌ର ଆକଳନ ଅନୁଯାୟୀ, ବିଜେପିକୁ ହରିୟାଣାରେ ୧୮ରୁ ୨୪ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୫୫ରୁ ୬୨ ଆସନ ମିଳିବ ବୋଲି ଆକଳନ କରାଯାଇଛି  । ଅପରପକ୍ଷରେ ଆଇଏନଏଲଡ଼ିକୁ ୩ରୁ ୬ ଆସନ ମିଳିବାର ଥିବାବେଳେ ଜେଜେପିକୁ ୩ଟି ଆସନ ମିଳିବ  । ଅନ୍ୟଙ୍କୁ ୨ରୁ ୫ ଆସନ ମିଳିବାର ସମ୍ଭାବନା ରହିଛି  । 

ପିପୁଲସ ପଲସର ଏକଜିଟ ପୋଲ ଅନୁଯାୟୀ ଏକ ଦଶନ୍ଧି ପରେ ହରିୟାଣାରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବ  । ବିଜେପିକୁ ୨୦ରୁ ୩୨ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୪୯ରୁ ୬୧ ଆସନ, ଜେଜେପିକୁ ୧ ଆସନ, ଆଇଏନଏଲଡ଼ିକୁ ୨ରୁ ୩ ଆସନ ମିଳିବ ବୋଲି ଆକଳନ କରାଯାଇଛି  ।

ହରିୟାଣାରେ କଂଗ୍ରେସ ସରକାର : ଧ୍ରୁବ ରିସର୍ଚ୍ଚ
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ୍‌ କରିବ  । କଂଗ୍ରେସକୁ ୫୦ରୁ ୬୪ ଆସନ ମିଳିବାର ସମ୍ଭାବନା ରହିଛି  । ଯେତେବେଳେକି ବିଜେପିକୁ ୨୨ରୁ ୩୨ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ  । 

ହରିୟାଣାରେ ସରକାର ଗଢ଼ିବ ବିଜେପି : ରିପ୍ଳବିକ ଟିଭି
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ୍‌ କରିବ  । ରିପ୍ଳବିକ ଟିଭି ଏଭଳି ଆକଳନ କରିଛି  । ହରିୟାଣାର ୯୦ ଆସନ ମଧ୍ୟରୁ ବିଜେପି ୬୨ ଆସନ ପାଇବ  । ସେହିପରି କଂଗ୍ରେସକୁ ୧୮ରୁ ୨୪ ଆସନ ମିଳିବ ବୋଲି ଆକଳନ କରାଯାଇଛି  । ଏହାଛଡ଼ା ଜେଜେପି ୩ଟି ଓ ଅନ୍ୟମାନେ ୨ରୁ ୫ ଆସନ ପାଇବେ ବୋଲି ରିପ୍ଳବିକ ଟିଭି ଆକଳନ କରିଛି  ।