ଆସିଗଲା ହରିୟାଣା ସର୍ଭେ, କିଏ ମାରିବ ବାଜି ଜାଣନ୍ତୁ ?
haryana exit poll

ଭୁବନେଶ୍ୱର : ପିପୁଲସ ପଲସର ଏକଜିଟ ପୋଲ ଅନୁଯାୟୀ ଏକ ଦଶନ୍ଧି ପରେ ହରିୟାଣାରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବ । ବିଜେପିକୁ ୨୦ରୁ ୩୨ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୪୯ରୁ ୬୧ ଆସନ, ଜେଜେପିକୁ ୧ ଆସନ, ଆଇଏନଏଲଡ଼ିକୁ ୨ରୁ ୩ ଆସନ ମିଳିବ ବୋଲି ଆକଳନ କରାଯାଇଛି ।
ହରିୟାଣାରେ କଂଗ୍ରେସ ସରକାର : ଧ୍ରୁବ ରିସର୍ଚ୍ଚ
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିବ । କଂଗ୍ରେସକୁ ୫୭ ଆସନ ମିଳିବାର ଥିବାବେଳେ ବିଜେପିକୁ ୨୭ ଆସନ ମିଳିବାର ସମ୍ଭାବନା ରହିଛି । ସେହିପରି ଅନ୍ୟ ଦଳକୁ ୬ ଆସନ ମିଳିବ ବୋଲି ଧ୍ରୁବ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି ।
ହରିୟାଣାରେ ସରକାର ଗଢ଼ିବ ବିଜେପି : ରିପ୍ଳବିକ ଟିଭି
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ୍ କରିବ । ରିପ୍ଳବିକ ଟିଭି ଏଭଳି ଆକଳନ କରିଛି । ହରିୟାଣାର ୯୦ ଆସନ ମଧ୍ୟରୁ ବିଜେପି ୬୨ ଆସନ ପାଇବ । ସେହିପରି କଂଗ୍ରେସକୁ ୧୮ରୁ ୨୪ ଆସନ ମିଳିବ ବୋଲି ଆକଳନ କରାଯାଇଛି । ଏହାଛଡ଼ା ଜେଜେପି ୩ଟି ଓ ଅନ୍ୟମାନେ ୨ରୁ ୫ ଆସନ ପାଇବେ ବୋଲି ରିପ୍ଳବିକ ଟିଭି ଆକଳନ କରିଛି ।