ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ; ୪ ଜଣଙ୍କୁ ଅଟକ

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ବଡ଼ କଥା ହେଉଛି ସ୍ତ୍ରୀଙ୍କ ହତ୍ୟା ଘଟଣାରେ ସ୍ବାମୀ ସାମିଲ୍ ଥିବା ପୋଲିସ ସନ୍ଦେହ କରିଛି । ମୃତ ମହିଳା ସୌମ୍ୟାମୟୀ ବେହେରାଙ୍କ ସ୍ବାମୀ ଦେବେନ ବେହେରାଙ୍କୁ ପୋଲିସ ଅଟକ ରଖିଛି। ଏଥିସହ ଜଣେ ପୋଲିସ କର୍ମଚାରୀ ଓ ଅନ୍ୟ ୨ ଜଣଙ୍କୁ ପୋଲିସ ଅଟକ ରଖି ଛାନଭିନ୍ କରୁଛି।
ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଲୁଟ୍ ଉଦ୍ୟମ ବେଳେ ଚିତ୍କାର କରିବାରୁ ଗୁଳି କରିଥିଲେ । ବିଳମ୍ବିତ ରାତିରେ କବାଟ ବାଡେଇଥିଲେ ଦୁଇ ଲୁଟେରା । କେହି ଚିହ୍ନା ପରିଚିତ ହୋଇଥିବେ ଭାବି କବାଟ ଖୋଲିଥିଲେ ସୌମ୍ୟାମୟୀ। କବାଟ ଖୋଲିବା ମାତ୍ରେ ମହିଳାଙ୍କ ବେକରୁ ସୁନା ଚେନ ଟାଣିଥିଲେ । ସୌମ୍ୟାମୟୀ ଚିତ୍କାର ଶୁଣି ଧରାପଡ଼ିଯିବା ଭୟରେ ଛାତିକୁ ଗୁଳି କରିଥିଲେ । ସୌମ୍ୟାମୟୀ ସାତ ମାସର ଗର୍ଭବତୀ ଥିଲେ ।