ସାବଧାନ! ଖାଲି ପେଟରେ ଖାଆନ୍ତୁନି ଏହି ସବୁ ଫଳ

ସାବଧାନ! ଖାଲି ପେଟରେ ଖାଆନ୍ତୁନି ଏହି ସବୁ ଫଳ

ଅନେକ ଲୋକ ଖାଲି ପେଟରେ ଫଳ ଖାଇବାକୁ ପସନ୍ଦ କରନ୍ତି।  କିନ୍ତୁ କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଅପକାରିତା ଅଧିକ ମିଳିଥାଏ,  ଜାଣନ୍ତୁ କଣ ସେହି ସବୁ ଖାଦ୍ୟ.....

 ଖାଲି ପେଟରେ ସପୁରୀ ଆଦୌ ଖାଆନ୍ତୁ ନାହିଁ। ଏଥିରେ ଭିଟାମିନ୍-ସି ଭରପୂର ଥାଏ। ଏହା ହଜମ ପାଇଁ ଭଲ, କିନ୍ତୁ ଖାଲି ପେଟରେ ଖାଇବା ଦ୍ୱାରା ହଜମ ନଷ୍ଟ ହୋଇପାରେ।

ଖଟା ଫଳଗୁଡିକୁ ସକାଳେ ଖାଲି ପେଟରେ ଖାଇବା ଆଦୌ ଉଚିତ୍ ନୁହେଁ। ବିଶେଷକରି ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ। ସାଇଟ୍ରସ୍ ଫଳରେ ପ୍ରଚୁର ଏସିଡ୍ ଥାଏ, ଯାହା ଗ୍ୟାଷ୍ଟ୍ରିକ୍, ଏସିଡ୍ ରିଫ୍ଲକ୍ସ ଏବଂ ପେଟରେ ଉତ୍ତେଜନା ସୃଷ୍ଟି କରିପାରେ। ସେହିପରି କମଳା କିମ୍ବା ଋତୁକାଳୀନ ଫଳକୁ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ। କାରଣ ଏସବୁ ଫଳରେ ସାଇଟ୍ରିକ୍ ଏସିଡ୍ ଥାଏ।

-କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ବିବେଚନା କରାଯାଏ। କଦଳୀରେ ପ୍ରଚୁର ପୋଷକ ତତ୍ତ୍ୱ ରହିଥାଏ, କିନ୍ତୁ ଖାଲି ପେଟରେ କଦଳୀ ଖାଇବାଠାରୁ ଦୂରେଇ ରୁହନ୍ତୁ। ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ପେଟରେ ସମସ୍ୟା କିମ୍ବା ବାନ୍ତି ହୋଇପାରେ। 

ବର୍ତ୍ତମାନ ଆମ୍ବ ଋତୁ ଚାଲିଛି। ଯେଉଁମାନଙ୍କର ଏହା ପ୍ରିୟ ଫଳ ସେମାନେ କୌଣସି ବି ସମୟ ନଷ୍ଟ ନକରି ଆମ୍ବ ଖାଇ ଦିଅନ୍ତି। କିନ୍ତୁ ସେମାନେ ସଚେତନ ହେବା ଆବଶ୍ୟ। କାରଣ ଖାଲି ପେଟରେ ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଖାଲି ପେଟରେ ଆମ୍ବ ଖାଇବା ଦ୍ୱାରା ପେଟ ଫୁଲା କିମ୍ବା ହଜମ ସମସ୍ୟା ଉପୁଜିପାରେ।