ତ୍ୱଚାକୁ ସୁସ୍ଥ କରିବା ପାଇଁ କ'ଣ ଖାଇବେ ?

ପ୍ରଦୂଷଣ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ଅନେକ ସମସ୍ୟା ଦେଖାଦିଏ । ସେଥିମଧ୍ୟରୁ ତ୍ୱଚା ଜନିତ ସମସ୍ୟା ଦେଖିଦିଏ । ତେବେ ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା ପାଇଁ କ'ଣ ଖାଇବେ ?
- ହରମୋନାଲ ବାଲାନ୍ସ ନଥିଲେ ତ୍ୱଚାରେ ଦାଗ ଦେଖାଦିଏ ।
- ସୁଷମ ଖାଦ୍ୟ ଖାଇବା ସହିତ ସତେଜ ଫଳ ଖାଇବା ଆବଶ୍ୟକ ।
- ପ୍ରଚୁର ପାଣି ପିଇବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।
- ଫାଷ୍ଟ ଫୁଡକୁ ଖାଇବା ମେନରୁ ସାମିଲ କରନ୍ତୁ ନାହିଁ ।
- ଭିଟାମିନ୍ ଇ, ସି ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।
- ବ୍ୟାୟମ କରି ଝାଳ ବାହାରିବା ଦ୍ୱାରା ତ୍ୱଚାରେ ଚମକ ଆସିବ ।
- ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ।
- ନିଜକୁ ଅବସାଦରୁ ଦୂରେଇ ରଖିବା ଆବଶ୍ୟକ ।
- ଅତ୍ୟଧିକ ଲୁଣ ଯୁକ୍ତ ଖାଦ୍ୟ ଏବଂ ଚିନି ଥିବା ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ ।