ଶଙ୍ଖ ପାଣି ପିଇଲେ ପିଲାଙ୍କ ବୁଦ୍ଧି ବଢେ଼

conch

ଶଙ୍ଖ ପାଣି ପିଇଲେ ପିଲାଙ୍କ ବୁଦ୍ଧି ବଢେ଼

ଶଙ୍ଖର ଉତ୍ପତ୍ତି: କୁହାଯାଏ ଶଙ୍ଖାସୁର ନାମକ ଏକ ଅସୁର ପ୍ରଭୁ ବିଷ୍ଣୁଙ୍କ ଭକ୍ତ ଥିଲେ । ଯେତେବେଳେ ବିଷ୍ଣୁଙ୍କ ବର ପାଇ ଶଙ୍ଖାସୁରର ଅତ୍ୟାଚାର ଖୁବ୍‌ ବଢ଼ିଗଲା ସେତେବେଳେ ଭଗବାନ ଶିବ ଶଙ୍ଖାସୁରର ବଧ କରିଦେଇଥିଲେ । ପର ଜନ୍ମରେ ଶଙ୍ଖାସୁର ଶଙ୍ଖ ରୂପରେ ଉତ୍ପତ୍ତି ହୋଇଥିଲା । ତେବେ ଶଙ୍ଖର ଉତ୍ପତ୍ତି ହେବାରେ ଧାର୍ମିକ କଥା ତ ଚାଲି ଆସିଛି ଏବେ ଜାଣିବା କି ଶଙ୍ଖ ରଖିବା ଫଳରେ କି ଉପକାର ହୋଇଥାଏ । 

ସକରାତ୍ମକ ଶକ୍ତି : ପୂଜା ସ୍ଥଳରେ ଶଙ୍ଖରେ ପାଣି ଭରି ରଖନ୍ତୁ  । ଏହି ପାଣିକୁ ପ୍ରତିଦିନ ଘରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ସିଞ୍ଚନ କରନ୍ତୁ । ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହେବ । ପାଣି ପୂର୍ଣ୍ଣ ଶଙ୍ଖ ଘରର ଐଶାନ୍ୟ କୋଣରେ ରଖିଲେ ପରିବାରର ସୁଖ ସମୃଦ୍ଧି ଓ ଏକତା ବଜାୟ ରହିଥାଏ । 

ବୁଦ୍ଧି ବଢ଼ିବ : ପିଲାଙ୍କ ବୌଦ୍ଧିକ ବିକାଶ ପାଇଁ ପ୍ରତିଦିନ ଶଙ୍ଖରେ ପାଣି ରଖି ପିଇବା ଉଚିତ । ଯେଉଁ ପିଲାଙ୍କ କଣ୍ଠ ସଫା ନଥାଏ ଶଙ୍ଖ ପାଣି ପିଇବା ଫଳରେ କଣ୍ଠ ସଫା ହେବା ସହିତ ବାଣୀ ମଧୁର ହୋଇ ଥାଏ ।