ଗରମ ପାଣିରେ ଗାଧୁଆ: ଅହିତକର

ଗରମ ପାଣିରେ ଗାଧୁଆ: ଅହିତକର

ଶୀତଦିନେ ସାଧାରଣତଃ ଉଷୁମ ପାଣିରେ ଗାଧୋଇବାକୁ ସମସ୍ତେ ଚାହାଁନ୍ତି । କିନ୍ତୁ ସବୁବେଳେ ଏପରି ଗରମ ପାଣିରେ ଗାଧୋଇବା ଶରୀର ପାଇଁ କ୍ଷତିକାରକ ବୋଲି ଗବେଷଣାରୁ ଜଣାପଡ଼ିଛି । କାରଣ ୩୭ ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ଗରମ ଥିବା ପାଣିରେ ଗାଧୋଇଲେ ଅନେକ ପ୍ରକାରର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ତ୍ୱଚା ଏବଂ କେଶର ନ୍ୟାଚୁରାଲ୍ ମଶ୍ଚର୍ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ । ତେବେ ନିୟମିତ ଗରମ ପାଣିରେ ଗାଧୋଇବା ଦ୍ୱାରା କ’ଣ କ’ଣ ଅସୁବିଧା ଦେଖାଦେଇଥାଏ ସେ ସମ୍ପର୍କରେ ଜାଣିରଖନ୍ତୁ...

- ଗରମ ପାଣିରେ ଗାଧୋଇଲେ ଏହା କେଶ ମୂଳକୁ ଶୁଷ୍କ କରିଦିଏ । ଫଳରେ ରୂପି ହେବାର ଆଶଙ୍କ ଅଧିକ । କେଶ ଝଡ଼ିବା ସମସ୍ୟା ଦେଖାଦିଏ ଓ କେଶ ମଧ୍ୟ ଫାଟେ ।    
- ଗରମ ପାଣି ହେତୁ ତ୍ୱଚାର ଟିସୁଗୁଡ଼ିକ ନଷ୍ଟ ହେବାକୁ ଲାଗେ । ଯାହାଦ୍ୱାରା କମ୍ ବୟସରୁ ବି ତ୍ୱଚାରେ ଭାଙ୍ଗ ପଡ଼ିବା ଦେଖାଯାଏ । ଆଲର୍ଜି, କୁଣ୍ଡେଇ ହେବା ଭଳି ଚର୍ମରୋଗ ହେବାର ମଧ୍ୟ ସମ୍ଭାବନା ରହିଛି ।
- ଗରମ ପାଣିରେ ଗାଧୋଇଲେ ଆଖି ଶୁଷ୍କ ହୋଇଯିବାରୁ ଲାଲ୍ ପଡ଼ିବା, କୁଣ୍ଡେଇ ହେବା ଏବଂ ବାରମ୍ବାର ପାଣି ବୋହିବା ଭଳି ସମସ୍ୟା ହୁଏ ।
- ହାତ ଓ ପାଦ ନଖ ଉପରେ ଗରମ ପାଣି ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା ନଖର ଚମକ୍ ନଷ୍ଟ ହୋଇଯାଏ । ତେଣୁ ନଖ ଭାଙ୍ଗିବା, କଣନଖା ଭଳି ଅସୁବିଧା ହୁଏ ।