ବାସ୍ତୁ ଓ ପର୍ସ୍
ପେଙ୍ଗ୍ଶୁଇ ଅନୁସାରେ ଆପଣଙ୍କ ପର୍ସର ଆକାର ଯଥେଷ୍ଟ ବଡ଼ ବା ସାନ ନହେବା ଉଚିତ୍ । ଏହାର ଆକାର ପରଫେକ୍ଟ ହେବା ଆବଶ୍ୟକ । ଏଥିରେ ପର୍ଯ୍ୟାପ୍ତ ଜାଗା ରହିଥିବା ଦରକାର । ନୋଟ୍, ମୁଦ୍ରା ଏବଂ କ୍ରେଡ଼ିଟ୍ କାର୍ଡ଼ ଆଦି ରଖିବା ପାଇଁ ଯେମିତି ଯଥେଷ୍ଟ ଜାଗା ରହିଥିବ । ପର୍ସରେ ପଇସାକୁ ମୋଡ଼ି କରି ରଖନ୍ତୁ ନାହିଁ । କାରଣ ପେଙ୍ଗ୍ଶୁଇ ଅନୁସାରେ ନୋଟ୍କୁ ମୋଡ଼ି ବା ଭାଙ୍ଗି ରଖିଲେ ଧନ ବଢ଼ିବାର ମାର୍ଗରେ ମଧ୍ୟ ବାଧା ସୃଷ୍ଟି ହୁଏ ।
ପର୍ସ ରଖିବା ସମୟରେ ଏହାର ରଙ୍ଗ ପ୍ରତି ମଧ୍ୟ ଦିଅନ୍ତୁ । କଳା ଏବଂ ନୀଳ ରଙ୍ଗକୁ ବାସ୍ତୁରେ ପାଣିର ତତ୍ତ୍ୱ ବୋଲି ଦର୍ଶାଯାଏ । ଏହା ସୁଖ-ସମୃଦ୍ଧି ପାଇଁ ଆବଶ୍ୟକ । ସୁନେଲି, ରୁପେଲି ଏବଂ ଲାଲ୍ ରଙ୍ଗର ପର୍ସ ମଧ୍ୟ ଆକର୍ଷଣୀୟ ଦିଶେ । ମନେରଖିବା ଉଚିତ ଯେ, ପର୍ସକୁ କେବେ ଖାଲି ରଖିବା ଅନୁଚିତ୍ । ସବୁବେଳେ କିଛି ନା କିଛି ଟଙ୍କା ଏହା ଭିତରେ ରହିବା ଆବଶ୍ୟକ । ବାସ୍ତୁ ଦୃଷ୍ଟିରୁ ଖାଲି ପର୍ସ ଧନପ୍ରାପ୍ତି ପାଇଁ ବାଧକ ।