ଗିଜର୍ କିଣୁଥିଲେ ଜାଣନ୍ତୁ
ଶୀତରେ ଥଣ୍ଡା ପାଣିରେ ଗାଧୋଇବା ପାଇଁ ଜମା ଇଚ୍ଛା ହୁଏନି । ସମସ୍ତେ ଉଷୁମ ପାଣିରେ ଗାଧୋଇବା ପାଇଁ ଚାହାଁନ୍ତି । ଏଥିପାଇଁ ଶୀତଦିନେ ସମସ୍ତେ ଘରକୁ ଗିଜର୍ କିଣି ଆଣିବାକୁ ଚାହାଁନ୍ତି । କେଉଁଭଳି ଗିଜର୍ କିଣିଲେ ଘର ପାଇଁ ଠିକ୍ ହେବ ଏହାକୁ ନେଇ ଅନେକ ହୁଏତ ଯୋଜନା କରୁଥିବେ । କିନ୍ତୁ ଆପଣ ଗିଜର୍ କିଣିବା ପୂର୍ବରୁ କେତେକ ଜିନିଷ ପ୍ରତି ନିଶ୍ଚୟ ଧ୍ୟାନ ଦେବା ଉଚିତ୍...- ଏଭଳି ଗିଜର୍ କିଣନ୍ତୁ ଯାହାର କ୍ୟାପାସିଟି ଅଧିକ ବା କମ୍ ହୋଇନଥିବ ।
- ଗିଜର୍ରେ ଗ୍ଲାସ୍ କୋଟେଡ଼୍ ହିଟିଂ ଏଲିମେଣ୍ଟ୍ ରହିଥିବା ଆବଶ୍ୟକ ।
- ଗିଜର୍ କିଣିବା ପୂର୍ବରୁ ପ୍ରଥମେ ଏହାର ଆକାର ପ୍ରତି ଧ୍ୟାନ ଦିନ୍ତୁ । କାରଣ ବାଥ୍ରୁମ୍ର ସାଇଜ୍ ଅନୁସାରେ ଗିଜର୍ କିଣିବା ଉଚିତ୍ ।
- ଅଟୋମେଟିକ୍ ଗିଜର୍ କିଣିବା ବୁଦ୍ଧିମାନ୍ର କାମ । ଏହା ଯେପରି ପାଣି ଗରମ ହୋଇସାରିବା ପରେ ଆପେ ଆପେ ବନ୍ଦ ହୋଇଯାଉଥିବ । କାରଣ କେବେକେବେ ଏହାକୁ ବନ୍ଦ କରିବା ପାଇଁ ଅନେକେ ଭୁଲିଯାଇଥାନ୍ତି, ଅଯଥା ବିଜୁଳି ବି ଖର୍ଚ୍ଚ ହୁଏ ।
- ଜଙ୍କ୍ ଲାଗୁନଥିବା ଭଳି ଗିଜର୍ ହିଁ କିଣନ୍ତୁ ।