ଚୌଦ୍ବାର ଜେଲ୍‌ରୁ ୨ ଡକାୟତ ଫେରାର

ଜେଲ୍‌ରୁ ଅପରାଧୀ ମାରିଲା ଚମ୍ପଟ। ଚୌଦ୍ବାର ଜେଲ୍‌ରୁ ଦୁଇ କୁଖ୍ୟାତ ଅପରାଧୀ ଫେରାର ହୋଇଥିବା ସୂଚନା ମିଳିଛି । ୨ ଅପରାଧୀ ହେଲେ ମଧୂକାନ୍ତ ଓ ରାଜା ସାହାଣୀ , ଏମାନେ ହେଲେ ବିହାର ଅଞ୍ଚଳର । କିଛି ଦିନ ତଳେ ପାଣିକୋଇଲି ଅଞ୍ଚଳରୁ ଏକ ସୁନା ଦୋକାନରୁ ସୁନା ଚୋରି ଓ ମର୍ଡର କେଶରେ ବିଚାର ଧୀନ କଏଦୀ ଭାବରେ ଜେଲରେ ଥିଲେ । ଏମାନେ ସ୍ପେଶାଲ ସେଲ ଗ୍ରିଲ୍‌ କାଟି ଏକ ବାଉଁଶ ସାହାଯ୍ୟରେ ପାଚେରି ଡେଇଁ ଫେରାର ହୋଇଥିବା ସୂଚନା ମିଳିଛି । ଚୌଦ୍ବାର ପୁଲିସ ଫେରାର କଏଦୀଙ୍କ ସନ୍ଧାନ ଜାରି ରଖିଛି ।