ସ୍ୱାସ୍ଥ୍ୟ ସଚିବଙ୍କ ବର୍ଷାକାଳୀନ ରୋଗ ନିୟନ୍ତ୍ରଣ ସମୀକ୍ଷା : ଆବଶ୍ୟକୀୟ ଔଷଧ ମହଜୁଦ ରଖ

ଭୁବନେଶ୍ୱର  : ଚଳିତ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି  ବିଭାଗୀୟ ସମ୍ମିଳନୀ କକ୍ଷଠାରେ କମିଶନର ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ସଘନ କରିବା ସହ ଆଶାକର୍ମୀ ଓ ଉପକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ତଥା ଜିଲ୍ଲା ମୁଖ୍ୟ ଚିକିସôାଳୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିଦେ୍ର୍ଦଶ ଦେଇଛନ୍ତି ।
ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟର ବରିଷ୍ଠ ଅଧିକାରୀମାନେ ସମ୍ବେଦନଶୀଳ ଜିଲ୍ଲାମାନଙ୍କୁ ଗସ୍ତ କରି ସେଠାରେ ଔଷଧ ଯୁକ୍ତ ମଶାରୀ ବଣ୍ଟନ, ସଚେତନତା ଅଭିଯାନ, ବିଭିନ୍ନ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ, ମ୍ୟାଲେରିଆ ଡେଙ୍ଗୁ ଆଦି ଜ୍ୱରର ନିରୁପଣ ନିମନ୍ତେ ଟେଷ୍ଟିଂ-କିଟ୍ର ଉପଲବ୍ଧି, ସକ୍ରିୟ କ୍ଷେତ୍ର ନିରୀକ୍ଷଣ, ନିୟମିତ ଯାଞ୍ଚ ଓ ନମୁନା ପରୀକ୍ଷଣ ଆଦି ସୁନିଶ୍ଚିତ କରାଇବା ନିମନ୍ତେ ଶାସନ ସଚିବ ସେମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ବରିଷ୍ଠ ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ଓ ପରିଚାଳନା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଓ କାର୍ଯ୍ୟସୂଚୀ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ସଚିବ ତଥା ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ନୀଳକଣ୍ଠ ମିଶ୍ରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ବିଗତ ବର୍ଷମାନଙ୍କରେ ଅଧିକ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ୭ ଜିଲ୍ଲାର ସମ୍ବେଦନଶୀଳ ସାମାଜିକ ବର୍ଗଙ୍କ ମଧ୍ୟରେ ଶତ ପ୍ରତିଶତ ବଣ୍ଟନ ପାଇଁ ୪୦.୪୯ ଲକ୍ଷରୁ ଊର୍ଦ୍ଧ୍ୱ ଔଷଧଯୁକ୍ତ ମଶାରୀ ଯୋଗାଇ ଦିଆଯାଇଥିବା ବୈଠକରୁ ସ୍ପଷ୍ଟ ହୋଇଛି । ତେଣୁ ଏହି ଜିଲ୍ଲାମାନଙ୍କରେ ପ୍ରତିରୋଧକ, ନିରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ଶାସନ ସଚିବ ନିଦେ୍ର୍ଦଶ ଦେଇଛନ୍ତି ।