ବିଧାନସଭା ନିର୍ବାଚନରେ ଅର୍ଦ୍ଧସୈନିକ ବଳର ୧୧୯ କମ୍ପାନୀ ମୁତୟନ ହେବେ 

jharkhanda election

ବିଧାନସଭା ନିର୍ବାଚନରେ ଅର୍ଦ୍ଧସୈନିକ ବଳର ୧୧୯ କମ୍ପାନୀ ମୁତୟନ ହେବେ 

ରାଂଚି - ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ କରାଯାଇଛି  । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ  । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୧୩ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୦ ରେ ଭୋଟ୍‌ ଗ୍ରହଣ କରାଯିବ  । ନିର୍ବାଚନ ଫଳାଫଳ ନଭେମ୍ବର ୨୩ ତାରିଖରେ ପ୍ରକାଶ ପାଇବ  । ଏନେଇ ତାରିଖ ଘୋଷଣା ପରେ ଝାଡ଼ଖଣ୍ଡ ପୋଲିସ ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛି  । ଯାହାଦ୍ୱାରା ନକ୍ସଲ ପ୍ରଭାବିତ ଅଂଚଳରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍‌ ଗ୍ରହଣ କରାଯାଇପାରିବ  । 

ପୋଲିସ ମୁଖ୍ୟାଳୟରୁ ସୋମବାର ମିଳିଥିବା ସୂଚନା ପ୍ରକାରେ, ଏହାକୁ ନେଇ ଝାଡ଼ଖଣ୍ଡରେ ୧୧୯ କମ୍ପାନୀ (୧୧ ହଜାର ଯବାନ) ଅର୍ଦ୍ଧ ସୈନିକ ବଳଙ୍କୁ ମୁତୟନ କରାଯିବ  । ତନ୍ମଧ୍ୟରେ ୯୧ ଅର୍ଦ୍ଧସୈନିକ ବଳର କମ୍ପାନୀଗୁଡିକ ଝାଡ଼ଖଣ୍ଡ ଆସି ସାରିଛି  । ସୁରକ୍ଷା ବ୍ୟବସ୍ଥାକୁ ନେଇ ଝାଡ଼ଖଣ୍ଡ ପୋଲିସ ନିର୍ବାଚନ ଆୟାଗଙ୍କୁ ୫୯୦ କମ୍ପାନୀ ଅର୍ଦ୍ଧସୈନିକ ବଳ ନେଇ ଦାବି କରିଥିଲା  । ଗୋଟିଏ ଜିଲ୍ଲାରେ ୩ରୁ ୫ କମ୍ପାନୀ ଅର୍ଦ୍ଧସୈନିକ ବଳ ମୁତୟନ ହେବେ  ।