"ଆଉ ବନ୍ଧୁକ ଧରୁନାହାନ୍ତି କାଶ୍ମୀର ଯୁବକ' : ଏୟାର ଷ୍ଟ୍ରାଇକକୁ ନେଇ ପାକିସ୍ତାନ ଭୟଭୀତ

ାା ଏଜେନ୍ସି ।ା  ନୂଆଦିଲ୍ଲୀ : ଦିନ ଥିଲା ପାକିସ୍ତାନକୁ ଆତଙ୍କବାଦୀ ପଠାଇବାକୁ ପଡୁନଥିଲା  । କାଶ୍ମୀର ଯୁବକମାନେ ବନ୍ଧୁକ ଧରୁଥିଲେ  । ହେଲେ ଗତ ୬ ମାସ ମଧ୍ୟରେ ଜଣେ ବି କାଶ୍ମୀର ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ୍ ହୋଇନାହାନ୍ତି  । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀର ଯାଇ ସ୍ଥାନୀୟ ସରପଞ୍ଚ, ଯୁବକ, ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ ଭେଟିି ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି  । ଆତଙ୍କବାଦ ଖତମ ହୋଇନଥିଲେବି ଆତଙ୍କୀ ଘଟଣା କିନ୍ତୁ କମିଯାଇଛି  । ଏବେବି ପାକିସ୍ତାନ ଭାରତକୁ ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଉଦ୍ୟମ କରୁଛି  । ମୋଦି ସରକାର ଅନୁପ୍ରବେଶକାରୀ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଂକଳ୍ପ ନେଇଛନ୍ତି  । କଂଗ୍ରେସ ନେତା ଚିଦାମ୍ବରମ୍ କହୁଛନ୍ତି, ଅପରେସନ୍ ସିନ୍ଦୂର  ନିର୍ଣ୍ଣାୟକ ନୁହେଁ  । ତେବେ ୧୯୬୫ ଓ ୧୯୭୧ ଯୁଦ୍ଧ କ’ଣ ନିର୍ଣ୍ଣାୟକ ଥିଲା ? ଯଦି ଥିଲା ତେବେ ଆତଙ୍କବାଦୀଙ୍କ ବିସ୍ତାର କିଭଳି ହେଉଛି ବୋଲି ଶାହ ପ୍ରଶ୍ନ କରିଛନ୍ତି  । ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ ଷ୍ଟ୍ରାଇକ୍ ପାକିସ୍ତାନ ମନରେ ଭୟ ସୃଷ୍ଟି କରିଛି  । ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ କେହି ବାଧ୍ୟ କି ଚାପ ପକାଇନଥିଲେ  । ପାକିସ୍ତାନ ଆଣ୍ଠେଇଗଲା  । ପାକ୍ ଡିଜିଏମଓ ଫୋନ୍ କରି ନିବେଦନ କଲେ  । ଆରମ୍ଭରୁ ଯୁଦ୍ଧ ଆମର ଉଦେ୍ଦଶ୍ୟ ନଥିଲା  । ଆମେ ପାକିସ୍ତାନର ଲୋକମାନଙ୍କୁ କ୍ଷତି ପହଁଚାଇବାକୁ ଚାହୁଁନଥିଲୁ  । ପାକିସ୍ତାନ ଆକ୍ରମଣ ବନ୍ଦ କଲେ ଭାରତ ଆକ୍ରମଣ ବନ୍ଦ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ସେହିପରି ଅନେକ କହୁଛନ୍ତି, ପ୍ରଧାନମନ୍ତ୍ରୀ କାହିଁକି ଗୃହକୁ ଆସିଲେ ନାହିଁ  । ପ୍ରଧାନମନ୍ତ୍ରୀ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି  । ଯଦି ମୁଁ ସବୁକିଛି ସ୍ପଷ୍ଟ କରିପାରୁଛି ତେବେ ସେ ଆସିବା ପାଇଁ କାହିଁକି ବାଧ୍ୟ କରାଯାଉଛି  । ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ହିଁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିଲା  । ଆତଙ୍କବାଦ ନେଇ ସେମାନଙ୍କର କହିବାର ଅଧିକାର ନାହିଁ ବୋଲି ଶାହ କହିଥିଲେ  ।