ମୋଦୀ ଓ ସ୍ପେନର ପ୍ରଧାନମନ୍ତ୍ରୀ ୨୮ ରେ କରିବେ ଏୟାରବସ ପ୍ରକଳ୍ପର ଲୋକାର୍ପଣ
Narendra Modi

ବଡେ଼ାଦରା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ପେନ ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଂଚେଜ ଆଗାମୀ ୨୮ ତାରିଖରେ ବଡେ଼ାଦରା ସହର ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ମୋଦୀ ବଡେ଼ାଦରାରେ ପେଡ୍ରୋ ସାଂଚେଜଙ୍କ ସହିତ ଏୟାରବସ ପ୍ରକଳ୍ପର ଲୋକାର୍ପଣ କରିବେ । ଏହାପରେ ଦୁଇ ଦେଶ ମଧ୍ୟରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ମଧ୍ୟ ବଡେ଼ାଦରାରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ପେନ ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଂଚେଜଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବଡେ଼ାଦରା ମହାନଗରପାଳିକା (ବିଏମସି) ପକ୍ଷରୁ ସହରକୁ ସଜାଇବା କାର୍ଯ୍ୟ ଆରମ୍ଭ ହୋଇଛି ।