ଆପୋଲୋ ଟାୟାର୍ସ: ଟିମ ଇଣ୍ଡିଆର ଜର୍ସି ପ୍ରାୟୋଜକ


 ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଟିମର ଜର୍ସି ପ୍ରାୟୋଜକ ହୋଇଛି ଆପୋଲୋ ଟାୟାର୍ସ  । ମ୍ୟାଚ୍ ପିଛା ଏଥିପାଇଁ କମ୍ପାନୀ ସାଢ଼େ ୪ କୋଟି ଟଙ୍କା ଖର୍ଚ୍ଚ କରିବ  । ୨୦୨୭ ପର୍ଯ୍ୟନ୍ତ ଆପୋଲୋ ଟାୟାର୍ସ ଏବାବଦରେ ପ୍ରାୟ ୫୯୭ କୋଟି ଟଙ୍କା ଖର୍ଚ୍ଚ କରିବ  । ଅନଲାଇନ୍ ମନି ଗେମ୍କୁ କେନ୍ଦ୍ର ସରକାର ବନ୍ଦ କରିଦେବା ପରେ ଭାରତୀୟ ଟିମର ଜର୍ସି ପ୍ରାୟୋଜକ ଡ୍ରିମ୍-ଇଲେଭନକୁ ବାଦ୍ ଦିଆଯାଇଥିଲା  । ଡ୍ରିମ୍ ଇଲେଭନ ମ୍ୟାଚ ପିଛା ୪ କୋଟି ଟଙ୍କା ଦେଉଥିଲା  ।
୨୦୨୭ ମଧ୍ୟରେ ଭାରତୀୟ ଟିମ୍ ପ୍ରାୟ ୧୪୧ଟି ମ୍ୟାଚ୍ ଖେଳିବ  । ଏଥିମଧ୍ୟରେ ୧୨୧ଟି ଦ୍ୱିପାକ୍ଷିକ ଓ ୨୦ଟି ଆଇସିସି ମ୍ୟାଚ୍ ରହିଛି  । ଦ୍ୱିପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ପିଛା ଆପୋଲୋ ଟାୟାର୍ସ ୪.୫ କୋଟି ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ପିଛା ୧.୭୨ କୋଟି ଟଙ୍କା ଦେବ  । ଜର୍ସି ପ୍ରାୟୋଜକ ହେବାପାଇଁ କାନଭା ଓ ଜେକେ ସିମେଣ୍ଟ ବି ଆଗ୍ରହ ପ୍ରକାଶ କରିଥିଲେ  । କାନଭା ମ୍ୟାଚ୍ ପିଛା ୪.୨୮ କୋଟିର ବିଡ଼ ଦାଖଲ କରିଥିବାବେଳେ ମୋଟ୍ ଉପରେ ୫୫୪.୪୮ କୋଟି ଟଙ୍କା ଖର୍ଚ୍ଚ କରିଥା’ନ୍ତା  । ସେହିପରି ଜେକେ ସିମେଣ୍ଟ ପକ୍ଷରୁ ମ୍ୟାଚ୍ ପିଛା ୩.୭ କୋଟିର ବିଡ଼ ଦାଖଲ କରାଯାଇଥିଲା  । ଡି୍ରମ୍ ଇଲେଭନ ପ୍ରାୟୋଜକରୁ ହଟିବା ପରେ ଗତ ସେପ୍ଟେମ୍ବର ୧୬ରେ ବିସିସିଆଇ ବିଡ୍ ଆହ୍ୱାନ କରିଥିଲା  ।