ଝାରସୁଗୁଡ଼ାରେ ହେବ ଇଭିଏମ ଯାଞ୍ଚ

jharsuguda assembly

ଝାରସୁଗୁଡ଼ାରେ ହେବ ଇଭିଏମ ଯାଞ୍ଚ

ଭୁବନେଶ୍ୱର : ଝାରସୁଗୁଡ଼ାରୁ ଏଥର ନିର୍ବାଚନ ହାରି ଯାଇଛନ୍ତି ଦୀପାଳି ଦାସ  । ନିର୍ବାଚନ ଫଳାଫଳକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ  । ଇଭିଏମରେ ତ୍ରୁଟି ଥିବା ନେଇ ସେ ଅଭିଯୋଗ କରିଥିଲେ  । ଦୀପାଳିଙ୍କ ଅଭିଯୋଗକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି  । ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର  ୧୩ଟି ପୋଲିଂ ଷ୍ଟେସନର ଇଭିଏମ ଯାଞ୍ଚ କରିବାକୁ ଇସିଆଇ କହିଛନ୍ତି  । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଏହି ଲଢେ଼ଇ ବୋଲି ଦୀପାଳି କହିଛନ୍ତି  ।

ଝାରସୁଗୁଡ଼ାରୁ ପୁଣିଥରେ ଭଲ ଭୋଟରେ ବାଜିମାତ କରିବାକୁ ଦୀପାଳି ଭାବିଥିଲେ  । କିନ୍ତୁ ନିର୍ବାଚନ ଫଳାଫଳ ତାଙ୍କୁ ଚକିତ କରିଦେଇଥିଲା  । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ତାଙ୍କୁ ପରାସ୍ତ କରିଥିଲେ  । ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହେବା ସହ ଇଭିଏମକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ  ।