ପିସିସି ସଭାପତିଙ୍କୁ କାଳିମାଡ଼

PCC president Sarat Patanaik

ପିସିସି ସଭାପତିଙ୍କୁ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରାଯାଇଛି  । କଂଗ୍ରେସ ଭବନର ଚାମ୍ବରରେ ସେ ବସିଥିବାବେଳେ କିଛି ଯୁବକ ତାଙ୍କୁ କାଳିମାଡ଼ କରିଥିଲେ  । ସେମାନେ କଂଗ୍ରେସ ଭବନରେ ପଶି ଶରତଙ୍କ ଉପରକୁ କାଳି ଫିଙ୍ଗିଥିଲେ  । ଯାହାକୁ ନେଇ କଂଗ୍ରେସରେ ଆଲୋଡ଼ନ ସୃଷ୍ଟିହୋଇଛି  । ଏହି ଘଟଣା ପରେ କଂଗ୍ରେସ ଭବନକୁ ବନ୍ଦ କରାଯାଇଥିଲା  । କିଏ କାଳିମାଡ଼ କରିଥିଲେ ସେନେଇ କେହିକିଛି କହୁନାହାନ୍ତି  ।  ଏହି ଖବର ପାଇବା ପରେ ଅନେକ ନେତା କଂଗ୍ରେସ ଭବନକୁ ଆସି ଘଟଣାର ଅନୁଧ୍ୟାନ କରୁଛନ୍ତି  ।

ଅପରପକ୍ଷରେ ଏହାକୁ ନେଇ କଂଗ୍ରେସ ଭବନରେ ଉତ୍ତେଜନା ପ୍ରକାଶ ପାଇଛି  । ଶରତ ପଟ୍ଟନାୟକଙ୍କ ସମର୍ଥକମାନେ କଂଗ୍ରେସ ଭବନକୁ ଆସି ଜିନ୍ଦାବାଦ ନାରା ଦେଇଛନ୍ତି  । ଟିକେଟ ଆବଣ୍ଟନକୁ ନେଇ କଂଗ୍ରେସର ଅନେକ ନେତା ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ  । ଏପରିକି ପିସିସି ପ୍ରଭାରୀ ଅଜୟ କୁମାର ଓ ଶରତଙ୍କୁ ନିର୍ବାଚନର ବିପର୍ଯ୍ୟୟ ପାଇଁ ଦାୟୀ କରିଥିଲେ  । ସେହିପରି ଶରତ ମଧ୍ୟ କେତେକ ନେତାଙ୍କ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳରୁ ବହିଷ୍କାର ମଧ୍ୟ କରିବାକୁ ପଛେଇ ନଥିଲେ  । ଆଗାମୀ ଦିନରେ ଦଳରେ ଶରତ ବିରୋଧୀ ହାୱା ବହିବା ସହ ଶରତ ହଟାଅ ଅଭିଯାନ ପାଇଁ ଦିଲ୍ଲୀ ଦୌଡ଼ ହେବବୋଲି ଚର୍ଚ୍ଚା ହେଉଛି  ।