ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ଆପ୍ରିସିଏସନ ଆୱାର୍ଡ
ଭୁବନେଶ୍ୱର : କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ ଫିକି (ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂଘ) ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆୱାର୍ଡ- ୨୦୨୫ ପ୍ରଦାନ କରାଯାଇଛି । ଫିକି ଆଦିତ୍ୟ ବିର୍ଲା ସିଏସଆର ସେଣ୍ଟର ଅଫ୍ ଏକ୍ସଲେନ୍ସର ଅଧ୍ୟକ୍ଷା ପଦ୍ମ ଭୂଷଣ ରାଜଶ୍ରୀ ବିର୍ଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରିଥିଲେ । ତୃଣମୂଳସ୍ତରରେ କ୍ରୀଡ଼ାର ଉନ୍ନତି ପାଇଁ ବିଶେଷ କରି ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋସôାହନ ଦେବା କ୍ଷେତ୍ରରେ ଜିନ୍ଦଲ ଫାଉଣ୍ଡେସନର ଅଦମ୍ୟ ପ୍ରତିବଦ୍ଧତାକୁ ଏହି ସମ୍ମାନ ସ୍ୱୀକୃତି ପ୍ରଦାନ କରୁଛି । ଏହି ଅବସରରେ ଜିନ୍ଦଲ ଜିନ୍ଦଲ ଫାଉଣ୍ଡେସନ ଯୁବ ପ୍ରତିଭାଙ୍କ ଅନ୍ୱେଷଣ ସହ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା, ଭିତ୍ତିଭୂମିର ବିକାଶ କରିବା ଏବଂ ସର୍ବୋପରି ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାରେ ସହାୟତା କରି ଆସୁଛି । ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ କହିଛନ୍ତି, “ ଫିକି ପକ୍ଷରୁ ଏହି ପୁରସ୍କାର ପାଇ ଆମେ ଅତି ଗୌରବାନ୍ୱିତ ଅନୁଭବ କରୁଛୁ । ଆମେ ବିଶ୍ୱାସ କରୁ ଯେ ଚରିତ୍ର ଗଠନ, ଶୃଙ୍ଖଳା ସହ ନେତୃତ୍ୱ ନେବାର କୌଶଳ ଦ୍ୱାରା ଜୀବନରେ ରୂପାନ୍ତରଣ ଆଣିବାର କ୍ଷମତା କ୍ରୀଡ଼ାରେ ରହିଛି । ସମାଜର ପ୍ରତ୍ୟକ ବର୍ଗର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଏବଂ କ୍ରୀଡ଼ା ତଥା ଜୀବନରେ ଉକôର୍ଷ ହାସଲ ପାଇଁ ସେମାନଙ୍କୁ ସୁଯୋଗ ଦେବା ଆମର ଲକ୍ଷ୍ୟ । ଏହି ସ୍ୱୀକୃତି ସାମଗ୍ରିକ ଭାବେ କ୍ରୀଡ଼ା ସଂସ୍କୃତିର ପ୍ରସାର ପାଇଁ ଆମର ଭବିଷ୍ୟତ ଉଦ୍ୟମକୁ ଆହୁରି ମଜଭୁତ କରିବ” ।