ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି : ଜୁଏଲ ଓରାମ ଫସିଲେ

ନୂଆଦିଲ୍ଲୀ: ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ ଯାତ୍ରୀ। ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ଥିଲେ। ବିମାନରେ ହୋଇଥିବା ବିଭିନ୍ନ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ। ଏୟାର ଇଣ୍ଡିଆର ଏକ ବିମାନ ରନଓ୍ବେରେ ୪ ଘଣ୍ଟା ଧରି ଫସି ରହିଥିବା ସୂଚନା ମିଳିଥିଲା। ବିମାନଟି ଦିଲ୍ଲୀରୁ ଭୁବନେଶ୍ୱର ଆସିବାର ଥିଲା। କିନ୍ତୁ ବିମାନଟି କେଉଁ କାରଣ ପାଇଁ ଟେକ୍ ଅଫ୍ କରି ପାରି ନ ଥିଲା, ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।