ଶିଶୁଙ୍କୁ ଆଖିରେ କଜଳ ଲଗାଇବା ଭଲ କି ନୁହେଁ ?ଜାଣନ୍ତୁ 

ଶିଶୁଙ୍କୁ ଆଖିରେ କଜଳ ଲଗାଇବା ଭଲ କି ନୁହେଁ ?ଜାଣନ୍ତୁ 

ଭାରତୀୟଙ୍କ ଘରେ ନବ ଜାତ ଶିଶୁକୁ କଳା ଲଗାଯାଏ ।  ସେହିପରି ନଜର ଲାଗିବା ଠାରୁ ବଞ୍ଚିବା ପାଇଁ ଛୋଟ ପିଲାଙ୍କୁ କଜଳର ଟୀକା ଲଗାଯାଏ । ଏହା ଅନେକ ସ୍ଥାନରେ ପରମ୍ପରା ମଧ୍ୟ ରହିଛି । ଅନେକ ଲୋକଙ୍କ କହିବାନୁଯାୟୀ, ଏଥିରେ ଶିଶୁର ଆଖି ବଡ଼ ହୋଇଯାଏ । ହେଲେ କଣ ଏହା ସତ? ଶିଶୁଙ୍କୁ ଆଖିରେ କଜଳ ଲଗାଇବା ଭଲ କି ନୁହେଁ ଆସନ୍ତୁ  ଜାଣିବା..

ଭାରତୀୟଙ୍କ ଘରେ ଘରେ ଜେଜେମାଆ, ଆଇ ଏବଂ ମାଆମାନେ ଶିଶୁର ଆଖିରେ ଅଧିକ କଜଳ ଲଗାଇଥାଆନ୍ତି ଏବଂ ଏହା ଆଖି ପାଇଁ ଭଲ ବୋଲି କୁହାଯାଏ । ହେଲେ ଏହାକୁ ନେଇ ଏକ୍ସପର୍ଟସଙ୍କ ଭିନ୍ନ ମାନ୍ୟତା ରହିଛି ।  କହିବାନୁଯାୟୀ, ଆଖିର ଉପର ଅଂଶରେ ଲେକ୍ରାଇମଲ ଗ୍ଲେଡ ଅର୍ଥାତ ଏକମ ଗ୍ରନ୍ଥି ରହିଥାଏ, ଯେଉଁଥିରେ ଲୁହ ତିଆରି ହୋଇଥାଏ । ଯେତେବେଳେ ଆଖି ପଲକ ପଡିଥାଏ ସେହି ସମୟରେ ଲୁହ କର୍ଣ୍ଣିଆରେ ପ୍ରସାରିତ ହୋଇଥାଏ ଏବଂ ନଳୀକଣାମାନ ‘Tear ducts’ ଦ୍ୱାରା ଅତିକ୍ରମ କରେ । ଲୁହ ଆମ ଆଖିକୁ ଡ୍ରାଏନେସ, ବର୍ଜ୍ୟବସ୍ତୁ, ଧୂଳି ପରି ଜିନିଷ ଠାରୁ ରକ୍ଷା କରିଥାଏ । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶୀଲା ଅଗଲେଚାଙ୍କ କହିବାନୁଯାୟୀ, କଳା ଲଗାଇବାରେ ଲୁହର ନଳୀ ଜାମ ହୋଇଯାଏ ।