ଲିଭର ଖରାପ ଥିଲେ ଦେଖାଦିଏ ଏସବୁ ଲକ୍ଷଣ

ଲିଭର ଖରାପ ଥିଲେ ଦେଖାଦିଏ ଏସବୁ ଲକ୍ଷଣ

ଲିଭର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ବିଶେଷ ଯତ୍ନ ନେବା ଉଚିତ୍‌।  ଲିଭରରେ କୌଣସି ପ୍ରକାରର ତ୍ରୁଟି କିମ୍ବା ରୋଗ ହେଲେ କିଛି ଲକ୍ଷଣ ଦେଖାଦିଏ। ପ୍ରାରମ୍ଭିକ ଲକ୍ଷଣକୁ ଅବହେଳା କଲେ ଏହା ପରିବର୍ତ୍ତୀ ସମୟରେ ଗମ୍ଭୀର ହୋଇଯାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ… ଲିଭରକୁ ଶରୀରର ପରିଚାଳକ କୁହାଯାଏ। ଲିଭରରେ ଚର୍ବି ହେବାର ସବୁଠାରୁ ଅଧିକ ଆଶଙ୍କା ଥାଏ। ଗତ କିଛି ବର୍ଷ ଧରି ଫ୍ୟାଟି ଲିଭର ମାମଲା ବୃଦ୍ଧି ପାଉଛି। ଫ୍ୟାଟି ଲିଭର ଏହି ଅଙ୍ଗର ଖରାପ ହେବାର ଆରମ୍ଭ। ଯଦି ସମୟ ମଧ୍ୟରେ ଚିକିତ୍ସା ଆରମ୍ଭ ନ କରାଯାଏ ତେବେ ଏହା ବହୁତ ବିପଦପୂର୍ଣ୍ଣ ହୋଇପାରେ। ଏପରି ପରିସ୍ଥିତିରେ ଆପଣଙ୍କୁ ଲିଭର ଖରାପର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ଜାଣିବା ଉଚିତ। ଦୁର୍ବଳତା, ଭୋକ ନ ଲାଗିବା, ପେଟରେ ଯନ୍ତ୍ରଣା, ଶରୀରେ ଫୁଲା ସୃଷ୍ଟି ହେବା, ଗାଢ଼ ରଙ୍ଗର ପରିସ୍ରା, ଚର୍ମ ଓ ଆଖି ହଳଦିଆ ।

ଲିଭରରେ କୌଣସି ରୋଗ ହେଲେ, ପ୍ରଥମ ସମସ୍ୟା ହେଉଛି ମେଟାବୋଲିଜିମ ସମସ୍ୟା। ଏହା ସହିତ ଗ୍ୟାସ ଏସିଡିଟି ଏବଂ ଅନ୍ୟାନ୍ୟ ପେଟ ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହୁଏ। ଚର୍ବିଯୁକ୍ତ ଖାଦ୍ୟ ଏବଂ ମଦ୍ୟପାନ ଲିଭରକୁ ସର୍ବାଧିକ କ୍ଷତି ପହଞ୍ଚାଏ। ମଦ୍ୟପାନ ଏବଂ ଚର୍ବିଯୁକ୍ତ ଖାଦ୍ୟ ସେବନ ଯୋଗୁ ଲିଭରରେ ଜମା ହେବା ଆରମ୍ଭ ହୁଏ। ଲିଭର ଖରାପ ହେବାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଅଣଦେଖା କରିବା ଅର୍ଥ ରୋଗକୁ ଆହୁରି ଜଟିଳ କରିବା। ଯାହା ଲିଭର ଫେଲ୍‌, ଲିଭର କ୍ୟାନସର କିମ୍ବା ଅନ୍ୟାନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। କିଛି ସତର୍କତା ଅବଲମ୍ବନ କରିବା ଉଚିତ୍‌। ମଦ୍ୟପାନ କମ୍‌ କରନ୍ତୁ, ସୁସ୍ଥ ଖାଦ୍ୟ ନିଅନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ, ନିୟମିତ ବ୍ୟାୟାମ ନିୟମିତ ବ୍ୟାୟାମ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।