ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

 କେନ୍ଦୁଝର  : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ୩୯ତମ ସବଜୁନିଅର ଜାତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାର ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ୨୪ଟି ରାଜ୍ୟର ୪୩୨ ଜଣ ଖେଳାଳି ଓ ୧୫୦ ଅଫିସିଆଲଙ୍କୁ ନେଇ ଆୟୋଜିତ ଖେଳରେ ଯୋଗ ଦେଇ ଏହି ପ୍ରତିଯୋଗିତା କେବଳ ଆମର ଯୁବ ଖେଳାଳିମାନଙ୍କର ଅବିଶ୍ୱସନୀୟ ପ୍ରତିଭା ଏବଂ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁନାହିଁ ବରଂ ଆମ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋସôାହିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଭଲିବଲ, କ୍ରିକେଟ, ଫୁଟବଲ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଏହାବ୍ୟତୀତ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଏବଂ ଅନ୍ୟାନ୍ୟ ଇଣ୍ଡୋର କ୍ରୀଡ଼ା ପାଇଁ ଗୋଟିଏ ଲେଖାଏଁ ଇଣ୍ଡୋର ହଲ ରହିବ । କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଲ ସିଂହ, ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନର ସଭାପତି ବିପ୍ଳବ ଚୌଧୁରୀ ଓ ସମ୍ପାଦକ ଇଂ ମାନସ ରଞ୍ଜନ ସିଂହ ଉପସ୍ଥିତ ଥିଲେ ।
ଏହାପରେ କାଳିତୀର୍ଥ ପଡିଆ ଠାରେ ଆୟୋଜିତ ୧୧୪ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ତମ ବାର୍ଷିକ ଉସôବ ସମାରୋହ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବହୁମୂଲ୍ୟ ବକ୍ତବ୍ୟ ଦେଇଥିଲେ ।