ମୋବାଇଲ ନଦେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା
ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରାମଲା କାବରାଗୁଟୁ ସାହିର ଜନୈକା ଛାତ୍ରୀ ଘରେ ମୋବାଇଲ ନଦେବାରୁ ଆତ୍ମହତ୍ୟା କରିଥିବା ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ରାମଲା କାବରାଗୁଟୁ ସାହିର କିଶୋର କୁମାର ହେସାଙ୍କ ଝିଅ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିବାରୁ ତାକୁ ମୋବାଇଲ ଦେଇନଥିଲେ । ଫଳରେ ସେ ନିଜ ଘର ଭିତରେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଝିଅର ବାପା ତୁରନ୍ତ ଘରେ ପହଞ୍ଚି ଆମ୍ବୁଲାନ୍ସରେ ଚମ୍ପୁଆ ଉପଖଣ୍ଡ ଚିକିସôାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଚମ୍ପୁଆ ଥାନାରେ ଏତଲା କରିଥିଲେ ମୃତକଙ୍କ ବାପା । ଏନେଇ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରାଯାଇ ଏସଆଇ ହିମାଂଶୁ ପ୍ରଧାନ ଘଟଣାର ତଦନ୍ତ କରୁଥିବା ଆଇଆଇସି ରମାକାନ୍ତ ମୁଦୁଲି ପ୍ରକାଶ କରିଛନ୍ତି ।