କେଜ୍ରିଓ୍ୱାଲଙ୍କୁ ‘ଅପରେସନ୍ ଲୋଟସ୍’ ଭୟ

କେଜ୍ରିଓ୍ୱାଲଙ୍କୁ ‘ଅପରେସନ୍ ଲୋଟସ୍’ ଭୟ

ରେଜଲ୍ଟ ଆସିବା ପୂର୍ବରୁ ଦିଲ୍ଲୀରେ ବଡ଼ ଧରଣର ରାଜନୈତିକ ହଲଚଲ । ଦିଲ୍ଲୀ ବିଧାନସଭା ନିର୍ବାଚନର ରେଜଲ୍ଟ ଆସିବା ପୂର୍ବରୁ, ସମସ୍ତ ୭୦ ପ୍ରାର୍ଥୀଙ୍କ ବୈଠକ ଡାକିଲେ କେଜ୍ରିଓ୍ୱାଲ । ମିଳିଥିବା ସୂଚନା ମୁତାବକ, ଆମ୍ ଆଦମୀ ପାର୍ଟି ନିଜର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ଏକ ବୈଠକ ଡାକିଛି, ଯେଉଁଥିରେ ଅଧ୍ୟକ୍ଷତା କରିବେ ଦଳର ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ । ତେବେ ଦିନ ସାଢେ ୧୧ଟା ସମୟରେ ଏହି ବୈଠକ ବସିବାକୁ ଅଛି । ଆଉ ଏହି ବୈଠକରେ ବିଜେପିର ଅପରେସନ୍ ଲୋଟସ୍ ପ୍ରତି ବିଧାୟକ ପ୍ରାର୍ଥୀମାନେ ସତର୍କ ରହିବାକୁ ପରାମର୍ଶ ଦେଇପାରନ୍ତି କେଜ୍ରିଓ୍ୱାଲ ।

ଆସନ୍ତା ଶନିବାର ଦିନ ଦିଲ୍ଲୀ ବିଧାନସଭାର ରେଜଲ୍ଟ ଆସିବାକୁ ଅଛି । ଆଉ ଏହା ପୂର୍ବରୁ ସରକାର ଗଢିବାକୁ ଅପରେସନ୍ ଲୋଟସ୍ କରିପାରେ ଭାରତୀୟ ଜନତା ପାର୍ଟି । ଖାସ୍ କରି ଏକଜିଟ୍ ପୋଲରେ ବିଜେପିକୁ ବହୁମତ ମିଳିପାରେ ବୋଲି ଚର୍ଚ୍ଚା ହେଉଛି, ହେଲେ ଯଦି ଏହି ସଂଖ୍ୟା କମ ରହେ, ତେବେ ବିଜେପି ନିଶ୍ଚୟ ପକ୍ଷେ କିଛି ଆପ୍ ନେତାଙ୍କୁ ନିଜ ପଟକୁ ନେବାକୁ ଚେଷ୍ଟା କରିବ । ତେଣୁ ଏଭଳି ସ୍ଥିତିରେ ନିଜ ନେତାଙ୍କୁ ସତର୍କ କରିବାକୁ ବୈଠକ ଡାକିଛନ୍ତି କେଜ୍ରିଓ୍ୱାଲ ।

ସେପଟେ ଆପ୍ ନେତା ସଂଞ୍ଜୟ ସିଂହ ଭୋଟ୍ ଗଣତି ପୂର୍ବରୁ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା କଥା ଯେ, ଭୋଟ୍ ଗଣତି ପୂର୍ବରୁ ଦିଲ୍ଲୀରେ ଅପରେସନ୍ ଲୋଟସ୍ ଆରମ୍ଭ ହୋଇଯାଇଛି । ଆପ୍ ବିଧାୟକଙ୍କୁ ୧୫ କୋଟି ଲେଖାଏଁ ଟଙ୍କା ଦେଇ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଛି ବିଜେପି ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ପଡିଥିଲା ଦିଲ୍ଲୀ ଭୋଟ୍ । ଆଉ ଏହାପରେ ଆସିଥିଲା ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲରେ ଏଥର ଦିଲ୍ଲୀରେ ବିଜେପି ସରକାର ଗଠନ କରୁଥିବା କୁହାଯାଉଛି, ହେଲେ ଏହି ଏକଜିଟ୍ ପୋଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି କେଜ୍ରିଓ୍ୱାଲ । ଏହାସହ ତାଙ୍କର କିଛି ନେତାଙ୍କ ପାଖକୁ ଫୋନ୍ ଆସିବା ଆରମ୍ଭ ହୋଇଯାଇଛି । ଆଉ ସେମାନଙ୍କୁ ୧୫ କୋଟି ଲେଖାଏଁ ଟଙ୍କା ଦେଇ