ବିଶ୍ୱରେ ବଢୁଛି ବ୍ରହ୍ମୋସ୍ର ଚାହିଦା
ଅପରେସନ୍ ସିନ୍ଦୂର ପରେ ବ୍ରହ୍ମୋସ୍ ମିସାଇଲ୍ର ଚାହିଦା ବଢ଼ିଛି । ବିଭିନ୍ନ ଦେଶ ଏବେ ବ୍ରହ୍ମୋସ୍ କିଣିବାକୁ ଭାରତ ପାଖରେ ଲାଇନ୍ ଲଗାଇଲେଣି । ଭାରତର ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ୍’ ଅପରେସନ୍ ସିନ୍ଦୂରରେ ନିଜର ଶକ୍ତି ପ୍ରଦର୍ଶନ କରିବା ପରେ ବିଶ୍ୱର ଅନେକ ଦେଶରେ ବ୍ରହ୍ମୋସର ଚାହିଦା ବୃଦ୍ଧି ପାଇଛି । ପାକିସ୍ତାନ ବିରୋଧରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଏହି ଅଭିଯାନରେ ବ୍ରହ୍ମୋସ ମିସାଇଲ୍ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା, ଯାହା ଏହାର ଅତ୍ୟାଧୁନିକ କ୍ଷମତାକୁ ପ୍ରମାଣିତ କରିଛି । ଏହାକୁ ଦେଖି ଭିଏତନାମ, ସାଉଦି ଆରବ ସମେତ ଅନେକ ଦେଶ ଏହି ମିସାଇଲ୍ କିଣିବାକୁ ଆଗ୍ରହୀ ହୋଇଛନ୍ତି । ବ୍ରହ୍ମୋସ୍ ଭାରତ ଓ ରୁଷିଆର ମିଳିତ ଉଦ୍ୟୋଗ ଜାହାଜ, ଯାହାକି ସ୍ଥଳ, ବିମାନ ଓ ଜଳ ଜାହାଜରୁ ଉତ୍କ୍ଷେପଣ କରାଯାଇପାରେ । ଏହାର ରେଞ୍ଜ ୮୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।