ଖେଲୋ ଇଣ୍ଡିଆ ସେଣ୍ଟର୍ ଉଦ୍ଘାଟିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀୟ ସୁରଜ୍ଙ୍କ ଦ୍ୱାରା ଆଭାଶି ମାଧ୍ୟମରେ ନବରଙ୍ଗପୁରର ଭାମିନୀ ବିଦ୍ୟାଳୟ ଠାରେ ଇଥେଲେଟିକ କ୍ରୀଡ଼ା ନିମନ୍ତେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ପ୍ରତ୍ୟେକ ସେଣ୍ଟରକୁ ପ୍ରତିବର୍ଷ ସରକାର ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବେ ବୋଲି ଘୋଷଣା କରିଥିଲେ । ଉକ୍ତ ଅଭାସି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପଳ ତପନ କୁମାର ଖୁଣ୍ଟିଆ (ସାଧାରଣ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ୍ (ରାଜସ୍ୱ), ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ଭାମୀନି ବିଦ୍ୟାଳୟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀଙ୍କ କର୍ମଚାରୀ ନିରଞ୍ଜନ ନାୟକ ସହଯୋଗ କରିଥିଲେ ।