ସଂସ୍କୃତି ନିଦେ୍ର୍ଦଶକଙ୍କ ଦ୍ୱାରା ଉନ୍ନୟନ ପ୍ରକଳ୍ପ ପରିଦର୍ଶନ

ନବରଙ୍ଗପୁର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିଦେ୍ର୍ଦଶକ ତଥା ଜିଲ୍ଲା ନୋଡାଲ ଅଧିକାରୀ ଡଃ ବିଜୟ କେତନ ଉପାଧ୍ୟାୟ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିବାସହ ସମୀକ୍ଷା କରିଛନ୍ତି । ଏଥୁସହିତ ଡଃ ଉପାଧ୍ୟାୟ ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ପହଞ୍ଚି କୃଷି ଓ ଶିଳ୍ପ ଉଦ୍ୟୋଗ ପରିଚାଳନା ସ୍ଥିତି ପରଖୁଛନ୍ତି  । ନବରଙ୍ଗପୁର ଜିଲ୍ଲାର ଲୋକ ମହୋସôବ ମଣ୍ଡେଇ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେଉଥିବା ପଡ଼ିଆ ସ୍ଥିତି ଅନୁଧ୍ୟାନ ସହ ଏହାର ଆଧୁନିକିକରଣ ଓ ସାଜସଜ୍ଜା ଉପରେ ଗୁରୁତ୍ୱ ଦେଇଛନ୍ତି  । ପଡିଆର ସୌନ୍ଦର୍ଯ୍ୟକରଣ ସହ ଆକର୍ଷଣୀୟ କରିବାନିମନ୍ତେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି  । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢ଼ୀ ନବରଙ୍ଗପୁର ଜିଲ୍ଲାପାଳ ରହିଥିବା ସମୟରେ ଜିଲ୍ଲା ଗଠନର ୧୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଲୋକ ମହୋସôବ ମଣ୍ଡେଇ ଶୁଭାରମ୍ଭ କରିଥିଲେ  । ତେବେ ମହୋସôବ ପୋଲିସ ପଡ଼ିଆରେ ଦୀର୍ଘବର୍ଷ ଧରି ଅନୁଷ୍ଠିତ ହେଉଥିବା ବେଳେ ପଡ଼ିଆ ସଂକୁଚିତ କାରଣରୁ ସମସ୍ୟା ଉପୁଜୁଥିଲା ।୨୦୨୨ ମସିହାରେ ତକôାଳୀନ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ପ୍ରଚେଷ୍ଟାରେ ସହର ଉପକଣ୍ଠ ହିଲିଠାରେ ନୂତନ ମଣ୍ଡେଇ ପଡ଼ିଆ ଲୋକ ମହୋସôବ ଅନୁଷ୍ଠିତ ହୋଇଥିଲା  । ପଡିଆର ସାଜସଜ୍ଜା ଓ ଉନ୍ନତିକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିବାବେଳେ ନୋଡାଲ ଅଧିକାରୀ ପଡ଼ିଆ ସ୍ଥିତି ଅନୁଧ୍ୟାନ କରିଛନ୍ତି  । ପରିଦର୍ଶନ ସମୟରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ  ।