କିଡନୀ କ୍ୟାନସର କାହିଁକି ହୁଏ ? କାରଣ ଓ ଲକ୍ଷଣ

ଦିନକୁ ଦିନ କିଡନୀ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି।  କିଡନୀ କର୍କଟର ଲକ୍ଷଣ କଣ, କେଉଁମାନେ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ ଏବଂ ପ୍ରତିରୋଧ କିପରି କରାଯାଇ ପାରିବ, ଜାଣନ୍ତୁ

ଲକ୍ଷଣ :ପରିସ୍ରାରେ ରକ୍ତ,ଅଣ୍ଟାରେ ଯନ୍ତ୍ରଣା,ଭୋକ ନ ଲାଗିବା,ଓଜନ ହ୍ରାସ,ଜ୍ୱର ଲାଗି ରହିବା,ରକ୍ତହୀନତା ଏବଂ ଦୁର୍ବଳତା

ଧୂମପାନ କରୁଥିବା ବ୍ୟକ୍ତି କିଡନୀ ବା ବୃକକ କର୍କଟରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡିତ ସେମାନଙ୍କର କିଡନୀ କର୍କଟ ହୋଇପାରେ।

କିଡନୀ କର୍କଟକୁ ରୋକିବା ପାଇଁ ଶରୀରର ଓଜନ ବଜାୟ ରଖନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ ଏବଂ ଯଦି ରକ୍ତଚାପ ଅଛି, ତେବେ ଏହାକୁ ନିୟନ୍ତ୍ରଣ କରନ୍ତୁ। ନିୟମିତ ଔଷଧ ସେବନ କରନ୍ତୁ। ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବାଠୁ ନିଜକୁ ରକ୍ଷା କରନ୍ତୁ।

ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କର କିଡନୀ କର୍କଟ ଅଛି, ତେବେ 6 ମାସ କିମ୍ବା ବର୍ଷେ ମଧ୍ୟରେ ଯାଞ୍ଚ କରାଇ ନିଅନ୍ତୁ। ଯାହା ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ରୋଗ ଚିହ୍ନଟ ହୋଇପାରିବ।