କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କିସମିସକୁ କିପରି ଖାଇବେ  ?

କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କିସମିସକୁ କିପରି ଖାଇବେ  ?

 କିସମିସରେ ଆଇରନ୍, କ୍ୟାଳସିୟମ, ମ୍ୟାଗ୍ନେସିୟମ ଏବଂ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଖାଲି ଏତିକି ନୁହେଁ କିସମିସ ସେବନ ଦ୍ୱାରା ହଜମ ସମସ୍ୟା ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ କିସମିସ କୁ ସଠିକ୍ ଉପାୟରେ ସେବନ କରୁଛନ୍ତି ତେବେ ଏହା ପେଟ ସମସ୍ୟାରୁ ଦୂରେଇ ରଖିଥାଏ । କିସମିସ ଦ୍ୱାରା  ଶରୀରର   ମଧ୍ୟ ବଢିଥାଏ ।  ରାତିରେ କିସମିସ କୁ ଭିଜାଇ ରଖିଦିଅନ୍ତୁ । ଏହାକୁ ସକାଳେ ଖାଲିପେଟରେ ସେବନ କରନ୍ତୁ । ଏହାଦ୍ୱାରା ପେଟ ସଫା ହୋଇଥାଏ ।  କିସମିସ ରେ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ହଜମ ପକ୍ରିୟାରେ ଉନ୍ନତି ଆଣିଥାଏ ।  ଭିଜା ହୋଇଥିବା କିସମିସ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଯଦି ଆପଣ ଆପଣଙ୍କ ହାର୍ଟ କୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଭିଜା ହୋଇଥିବା କିସମିସ୍ କୁ ସେବନ କରିପାରିବେ । ଖାଲି ସେତିକି ନୁହେଁ ଯେଉଁମାନେ ଅଧିକ ପତଳା ସେମାନଙ୍କ ପାଇଁ  ଭିଜା ହୋଇଥିବା କିସମିସ୍ ଖୁବ୍ ଲାଭଦାୟକ ହୋଇଥାଏ । ଅର୍ଥାତ୍ ଯେଉଁମାନେ ଶରୀର ଓଜନ ବଢାଇବାକୁ ଚାହୁଁଛନ୍ତି ସେମାନେ ଭିଜା ହୋଇଥିବା କିସମିସକୁ ଖାଇପାରିବେ । ତେବେ କିସମିସ ଦ୍ୱାରା ଶରୀରକୁ କଣ ଲାଭ ମିଳେ ତାହାର ଏହା କିଛି ସାମାନ୍ୟ ସୂଚନା ମାତ୍ର । ତେବେ  ଅଧିକ ସୂଚନା ପାଇଁ ଆପଣ କୌଣସି ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।