ଖାଇବା ପୂର୍ବରୁ ଗୋମାତାଙ୍କୁ କିଛି ସମର୍ପଣ କରି ଖାଆନ୍ତୁ; ହେବନି ଧନର ଅଭାବ

ନୂଆ ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ସବୁ କାମ ବାସ୍ତୁ ହିସାବରେ କରିଥାନ୍ତି । କାରଣ ବାସ୍ତୁ ପଛରେ ଥିବା ବୈଜ୍ଞାନିକ ପ୍ରଭାବକୁ ଆଜି ଯାଏଁ ଲୋକମାନେ ବୁଝିପାରିନାହାନ୍ତି । ଏଣୁ ଅନେକ ଲୋକେ ଏହି ବାସ୍ତୁଶାସ୍ତ୍ର ଉପରେ ଏବେ ବି ଅତୁଟ ବିଶ୍ୱାସ ରଖିଛନ୍ତି । ଯେକୌଣସି ଶୁଭ କାମ ଆରମ୍ଭ କରିବା ଆଗରୁ ସେମାନେ ବାସ୍ତୁ ପରୀକ୍ଷା ଓ ପ୍ରତିକାର କରିଥାନ୍ତି । ଆଉ ଅନ୍ୟପକ୍ଷେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଆଦୌ ବାସ୍ତୁଶାସ୍ତ୍ରକୁ ବିଶ୍ୱାସ କରନ୍ତି । ଯାହା ଦ୍ୱାରା ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ସାଧାରଣତଃ କେଉଁ ସବୁ ଭୁଲ ଯୋଗୁଁ ବାସ୍ତୁ ସମସ୍ୟା ଦେଖାଦେଇଥାଏ।
ଯେଉଁ ପାନିଆ ସାମାନ୍ୟ ମଧ୍ୟ ଭାଙ୍ଗିଯାଇଛି, ସେଥିରେ କେଶ କୁଣ୍ଡାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
ଗୃହର ଆଲମିରା ନିକଟରେ ଝାଡ଼ୁ ରଖନ୍ତୁ ନାହିଁ।
ତୁଳସୀ ଚଉଁରା ନିକଟରେ ଘିଅ ଦୀପ ପ୍ରତିଦିନ ଲଗାନ୍ତୁ।
ଭୋଜନର ପ୍ରଥମ ଭାଗ ଭଗବାନ ଓ ଗାଈଙ୍କୁ ସମର୍ପଣ କରି ଖାଆନ୍ତୁ।
ଆଲମିରା ଅଳ୍ପ ଭାଙ୍ଗି ଥିଲେ ମଧ୍ୟ ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏଥିରେ ଟଙ୍କାପଇସା ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
ଯେଉଁ ଗୃହରେ ନାରୀଙ୍କୁ ସମ୍ମାନ ମିଳେ ନାହିଁ, ସେଠାରେ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେଣୁ ଘରର ନାରୀଙ୍କୁ ସର୍ବଦା ସମ୍ମାନ ଦିଅନ୍ତୁ।
ଗାଧୁଆ ଘରର ଦରଜାକୁ ଖୋଲା କରି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ବିନା କାରଣରେ ଟଙ୍କାପଇସା ଖର୍ଚ୍ଚ ଲାଗି ରହିଥାଏ।
ରୋଷେଇ ଘରେ କୌଣସି ପ୍ରକାରର ଔଷଧ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିନଥାଏ।
ସୋଫା ଆଦି ଘରର ସାଜସଜ୍ଜା ଦ୍ରବ୍ୟ ଭାଙ୍ଗି ଥିଲେ, ଏହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ।
ଶୋଇବା କକ୍ଷରେ ଝାଡ଼ୁ, ବାସନକୁସନ ରଖନ୍ତୁ ନାହିଁ।