ବିରାଟ କୋହଲି ଖେଳିପାରିବେନି: : ଭାରତକୁ ଶକ୍ତ ଝଟ୍କା

ନାଗପୁର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ପାଇଁ ଉଭୟ ଦଳ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲି ଏହି ମ୍ୟାଚ୍ରେ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି।
ଟସ ସମୟରେ ପ୍ଲେଇଂ ଇଲେଭେନ ଘୋଷଣା କରିବା ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଥିଲେ, ବିରାଟ କୋହଲି ମ୍ୟାଚରେ ଟିମ ଇଣ୍ଡିଆରେ ସାମିଲ ନାହାନ୍ତି। କିଙ୍ଗ କୋହଲି ନ ଖେଳିବାର କାରଣ ଜଣାଇ ରୋହିତ କହିଛନ୍ତି, ଗତକାଲି ରାତିରେ ତାଙ୍କର ଆଣ୍ଠୁ ସମସ୍ୟା ହୋଇଥିଲା। ଏହି କାରଣରୁ ସେ ମ୍ୟାଚରେ ଭାରତର ପ୍ଲେଇଂ ଇଲେଭେନରେ ସାମିଲ ନାହାନ୍ତି। ଏବେ ମ୍ୟାଚ୍ରେ ବିରାଟ କୋହଲିଙ୍କ ସ୍ଥାନରେ କିଏ ତୃତୀୟ ନମ୍ବରରେ ଖେଳୁଛି ତାହା ଦେଖିବା ଆକର୍ଷଣୀୟ ହେବ।
ପ୍ରଶଂସକମାନେ କିଙ୍ଗ କୋହଲିଙ୍କ ଦିନିକିଆକୁ ଫେରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କୋହଲି ଅଗଷ୍ଟ ୨୦୨୪ରେ ଟିମ ଇଣ୍ଡିଆ ପାଇଁ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ, ଟିମ ଇଣ୍ଡିଆକୁ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଅଂଶଗ୍ରହଣ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଦୃଷ୍ଟିରୁ ବିରାଟ କୋହଲି ଟିମ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେବେ।