ବିଳମ୍ବିତ ରାତିରେ ଶୋଉଛନ୍ତି କି? ସାବଧାନ
ଯେଉଁମାନେ ରାତି ବେଳା ବିଳମ୍ବରେ ଶୋଇବାକୁ ଯାଆନ୍ତି ସେମାନଙ୍କୁ ସାଧାରଣତଃ ପେଚା କୁହାଯାଏ। ତେବେ ବିଳମ୍ବିତ ରାତିରେ ଶୋଇବା ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ। ଆଜିକା ଦିନରେ ଲୋକଙ୍କ ଜୀବନଶୈଳୀରେ ବହୁତ ପରିବର୍ତ୍ତନ ଆସିଲାଣି। ବିଳମ୍ବରେ ଖାଇବା, ବିଳମ୍ବରେ ଶୋଇବା ଓ ବିଳମ୍ବରେ ଶଯ୍ୟାତ୍ୟାଗ ଆଦି ଅଭ୍ୟାସରେ ପରିଣତ ହୋଇଗଲାଣି।
ତେବେ ଏପରି ଅଭ୍ୟାସ ଲୋକଙ୍କ ଜୀବନ ପ୍ରତି ଆଣିପାରେ ବିପଦ। କିଛି ଲୋକ ବାଧ୍ୟ ହୋଇ ବିଳମ୍ବିତ ରାତିରେ ଶୋଉଥିବା ବେଳେ ଆଉ କିଛି ମୋବାଇଲ ନିଶାରେ ଲେଟ ନାଇଟରେ ବେଡକୁ ଯାଆନ୍ତି। ଏହା ନିତିଦିନିଆ ଜୀବନଶୈଳୀରେ ପରିଣତ ହୋଇଗଲାଣି। ହେଲେ ଆପଣ ଜାଣିଛନ୍ତି କି ଏପରି ବିଳମ୍ବରେ ଶୋଇବା ଅଭ୍ୟାସ ବଡ଼ ରୋଗର କାରଣ ସାଜିପାରେ? ଆପଣ ଟାଇପ୍-2 ମଧୁମେହ ବା ଡାଇବେଟିସ ଭଳି ଭଳି ସାଙ୍ଘାତିକ ରୋଗରେ ପଡ଼ି ପାରନ୍ତି ବୋଲି ନୂଆ ରିପୋର୍ଟ ପ୍ରକାଶ ପାଇଛି।

ସାବଧାନତା :
ଡାକ୍ତର ଜେରୋଇନ ଭାନ୍ ଡେର ଭେଲଦେଙ୍କ କହିବା ଅନୁଯାୟୀ ମଧୁମେହ ଶିକାରରୁ ବଞ୍ଚିବା ପାଇଁ ଆମକୁ ଜୀବନଶୈଳୀକୁ କିଛିମାତ୍ରାରେ ବଦଳାଇବାକୁ ପଡ଼ିବ। ଶୀଘ୍ର ରାତିରେ ଖାଇବା, ଶୀଘ୍ର ଶୋଇବା, ନିୟମିତ ବ୍ୟାୟମ କରିବା ଓ ଖାଦ୍ୟ ଶୈଳୀରେ ପରିବର୍ତ୍ତନ କଲେ ଟାଇପ ୨ ଡାଇବେଟିସକୁ ରୋକା ଯାଇ ପାରିବ।